Categories: ଜାତୀୟ

ବିବାଦୀୟ ମନ୍ତବ୍ୟ: କମଲ ହାସନଙ୍କ ଉପରକୁ ଚପଲ ଫିଙ୍ଗିଲେ ହନୁମାନ ସେନା

ଚେନ୍ନାଇ,୧୬।୫: କମଲ ହାସନଙ୍କ ବିବାଦୀୟ ମନ୍ତବ୍ୟ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହି ମର୍ମରେ ହନୁମାନ ସେନା ପକ୍ଷରୁ କମଲଙ୍କ ଉପରକୁ ଚପଲ ଫିଙ୍ଗାଯାଇଛି। ସେ ତାମିଲନାଡୁର ମଦୁରାଈଠାରେ ଏକ ନିର୍ବାଚନ ପ୍ରଚାର ସମୟରେ ଏଭଳି ହୋଇଛି। କିଛି ଭାଜପା ସମର୍ଥକଙ୍କ ସମେତ ୧୧ ଜଣ ଲୋକ ସଭାରେ ହଟ୍ଟଗୋଳ କରିବା ସହିତ ଚପଲ ଫିଙ୍ଗିଥିବା କୁହାଯାଉଛି। ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ କମଲ ହାସନ ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି କହିଥିଲେ। ଏହାକୁ ନେଇ ପରବର୍ତ୍ତୀ ସମୟରେ ଦେଶର ରାଜନୈତିକ ମହଲ ବେଶ୍‌ ସରଗରମ ହୋଇ ଉଠିଥିଲା।

Share