Categories: ଜାତୀୟ

ବିବାଦୀୟ ବୟାନ ଦେଲେ ମମତାଙ୍କ ପୁତୁରା: କହିଲେ, ‘ଜୟ ଶ୍ରୀରାମ’ର ଜବାବରେ କୁହ ‘ରାମ୍‌ ନାମ୍‌ ସତ୍ୟ ହେ’

କୋଲକାତା,୨୫।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଦ୍ୱିତୀୟ ନମ୍ବରର ପ୍ରଭାବଶାଳୀ ବ୍ୟକ୍ତି ଅଭିଷେକ ବାନାର୍ଜୀ ଜୟ ଶ୍ରୀରାମ ନାରା ଉପରେ ଚାଲିଥିବା ବିବାଦକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ପଶ୍ଚିମବଙ୍ଗର ସୋନାରପୁରରେ ଭାଜପାକୁ ଅଭିଷେକ ଟାର୍ଗେଟ କରି କହିଛନ୍ତି, ଯଦି କେହି ଶ୍ରୀରାମ ନାରାବାଜି କରେ ତେବେ ତାକୁ ମିଠା ଦିଅ ଏବଂ ଜବାବରେ ରାମ୍‌ ନାମ୍‌ ସତ୍ୟ ହେ କୁହ। ଡାଇମଣ୍ଡ ହାର୍ବରରୁ ଏମ୍‌ପି ହୋଇଥିବା ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀ ସୋମବାର ସୋନାରପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଦଳୀୟ କର୍ମକର୍ତ୍ତାଙ୍କୁ ଆଦେଶ ଦେଇଛନ୍ତି। ସେ କହିଛନ୍ତି, କୌଣସି ବ୍ୟକ୍ତି ବିକାଶରୁ ବଞ୍ଚିତ ନ ହେଉ। ସେ ଟିଏମସିର ସମର୍ଥକ ହେଉ ଅବା ଅନ୍ୟ କୌଣସି ଦଳର। ଭାଜପା ହିଂସାର ରାସ୍ତା ଆପଣାଇ ଧର୍ମ ନଁାରେ ପଶ୍ଚିମବଙ୍ଗକୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛି ବୋଲି ଅଭିଷେକ ଅଭିଯୋଗ କରିଛନ୍ତି।

Share