ବିବାଦୀୟ ଟୁଇଟ୍‌ ଡିଲିଟ୍‌ କଲେ ବିବେକ

ମୁମ୍ବାଇ,୨୧।୫: ବିଲିଉଡ୍‌ ଅଭିନେତା ବିବେକ ଓବରଏ ଟୁଇଟର୍‌ରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ବିବାଦୀୟ ଫଟୋ ପୋଷ୍ଟ କରି ଆସିଥିଲେ ବିବାଦକୁ। ହେଲେ ମଙ୍ଗଳବାର ସେ ଏହି ଟୁଇଟ୍‌କୁ ଡିଲିଟ୍‌ କରିବା ସହ କ୍ଷମା ମାଗିଛନ୍ତି। ସୂଚନାଯୋଗ୍ୟ, ସେମାବାର ବିବେକ ଟୁଇଟର୍‌ରେ ୩ଟି ଫଟୋକୁ ଏକାଠି କରି ଗୋଟିଏ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ଐଶ୍ୱର୍ଯ୍ୟାଙ୍କ ସହ ନିଜେ ବିବେକ, ତାଙ୍କ ସ୍ବାମୀ ଅଭିଷେକ, ଝିଅ ଆରାଧ୍ୟା ଓ ସୁପରଷ୍ଟାର ସଲମାନଙ୍କୁ ଦେଖିବାକୁ ମିଳିଥିଲା। ସଲମାନ-ଐଶ୍ୱର୍ଯ୍ୟାଙ୍କ ରିଲେସନଶିପକୁ ନେଇ ‘ଓପନିୟନ୍‌ ପୋଲ’, ବିବେକ-ଐଶ୍ୱର୍ଯ୍ୟାଙ୍କ ଆଫେୟାର୍ସକୁ ନେଇ ‘ଏକ୍‌ଜିଟ୍‌ ପୋଲ୍‌’ ଓ ଅଭିଷେକ-ଆରାଧ୍ୟା-ଐଶ୍ୱର୍ଯ୍ୟାଙ୍କୁ ନେଇ ‘ଫାଇନାଲ ରିଜଲ୍ଟ’ ବୋଲି ଲେଖାଯାଇଥିଲା। ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଏହାପରେ ନ୍ୟାଶନାଲ କମିଶନ ଫର୍‌ ଓମେନ୍‌(ଏନ୍‌ସିଡବ୍ଲୁ) ବିବେକଙକୁ ଏକ ନୋଟିସ ଜାରିକରି ଏହାର କାରଣ ଦର୍ଶାଇବାକୁ କହିଥିଲେ।

Share