ବିବାଦରେ ହନି ସିଂ: ‘ମଖନା’ ଗୀତକୁ ନେଇ ମାମଲା ରୁଜୁ

ଚଣ୍ଡିଗଡ଼,୯।୭: ର଼୍ୟାପ୍‌ ଗାୟକ ହନି ସିଂ ପୁଣି ବିବାଦ ଘେରକୁ ଚାଲିଆସିଛନ୍ତି। ମୋହାଲିରେ ତାଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ହନି ସିଂଙ୍କ ନୂଆ ଗୀତ ‘ମଖନା’ରେ ମହିଳାଙ୍କୁ ନେଇ ଆପତ୍ତିଜନକ ଓ ଅଶ୍ଳୀଳ ଶଦ୍ଦର ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। କିଛି ଦିନ ତଳେ ରାଜ୍ୟ ମହିଳା କମିଶନ ଏହାକୁ ନେଇ ପଞ୍ଜାବ ପୋଲିସ ନିକଟରେ ଫେରାଦ ହୋଇଥିଲେ। ମହିଳା କମିଶନଙ୍କ ଅଭିଯୋଗକ୍ରମେ ମୋହାଲିର ମଟୋର ଥାନାରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ହନି ସିଂଙ୍କ ଏହି ଗୀତ ୨୦୧୮ ଡିସେମ୍ବରରେ ରିଲିଜ୍‌ ହୋଇଥିଲା। ଏହି ଗୀତକୁ ହନି ଓ ନେହା କକ୍କର ଏକାଠି ଗାଇଥିଲେ। ସେହି ସମୟରେ ଏହି ଗୀତ ବେଶ୍‌ ପପୁଲାର ହୋଇଥିଲା। ପୂର୍ବରୁ ମଧ୍ୟ ହନି ନିଜ ଗୀତକୁ ନେଇ ବିବାଦରେ ରହିସାରିଛନ୍ତି।

Share