ବିପର୍ଯ୍ୟୟ ବେଳେ ଭରସା ‘ଆଞ୍ଚଳିକ ପ୍ରଶମନ କେନ୍ଦ୍ର’

ବାଲେଶ୍ୱର ଅଫିସ,୧୭-୯:ପ୍ରାକୃତିକ ବିପର୍ଯ୍ୟୟର ତତ୍କାଳ ମୁକାବିଲା ଲାଗି ବାଲେଶ୍ୱରଠାରୁ ୧୨କି.ମି. ଦୂର ଚାନ୍ଦିପୁର ନିକଟବର୍ତ୍ତୀ ହିଡିଙ୍ଗା ଅଞ୍ଚଳରେ ସୋମବାର ରିଜିଓନାଲ ରେସପନ୍ସ ସେଣ୍ଟର (ଆର୍‌ଆର୍‌ସି) ବା ଆଞ୍ଚଳିକ ପ୍ରଶମନ କେନ୍ଦ୍ର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି କେନ୍ଦ୍ର ଜରିଆରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଜିଲାରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅବିଳମ୍ବେ ସହାୟତା ପହଞ୍ଚାଇ ଦିଆଯିବ। କଟକ ମୁଣ୍ଡୁଳି ପରେ ଦ୍ୱିତୀୟ ସ୍ଥାନ ଭାବେ ବାଲେଶ୍ୱରରେ ଆର୍‌ଆର୍‌ସି ପ୍ରତିଷ୍ଠା ହେଉଛି। ଏହାକୁ ମିଶାଇ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୪ଟି ସ୍ଥାନରେ ଏଭଳି କେନ୍ଦ୍ର ପ୍ରତିଷ୍ଠା କରାଯିବ। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆର୍‌ଏଫ୍‌) ପକ୍ଷରୁ ହିଡିଙ୍ଗାଠାରେ ନିର୍ମାଣ ହେବାକୁ ଥିବା ଏହି କେନ୍ଦ୍ର ସକାଶେ ୬କୋଟି ୩୧ଲକ୍ଷ ଟଙ୍କା ବ୍ୟୟ ହେବ। ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଏନ୍‌ଡ଼ିଆର୍‌ଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନ ଏହି ସୂଚନା ପ୍ରଦାନ କରିଛନ୍ତି। ଉତ୍ସବରେ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାରଙ୍କ ସମେତ ଏନ୍‌ଡିଆର୍‌ଏଫ୍‌ର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ପ୍ରାକୃତିକ ବିପର୍ଯ୍ୟୟ ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ଓଡ଼ିଶାବାସୀଙ୍କ ଚିର ସହଚର ପାଲଟିଛି। ଯେକୌଣସି ବିପର୍ଯ୍ୟୟର ମୁକାବିଲା ଲାଗି ଉକ୍ତ କେନ୍ଦ୍ରରେ ୪ଟି ଟିମ୍‌ ସର୍ବଦା ଜଣେ କମାଣ୍ଡରଙ୍କ ନେତୃତ୍ୱରେ ପ୍ରସ୍ତୁତ ରହିବେ। ହିଡ଼ିଙ୍ଗାରେ ୩.୫୮ଏକର ଜମିରେ ଆର୍‌ଆର୍‌ସି ନିର୍ମାଣ କରାଯିବ। ଏହି କେନ୍ଦ୍ର ଉତ୍ତରଓଡ଼ିଶାର ବିଭିନ୍ନ ଜିଲା ପାଇଁ ସହାୟକ ହେବ। ରାଜ୍ୟସରକାର ଆବଶ୍ୟକ ଜମି ଯୋଗାଇଦେଲେ ରାଜ୍ୟର ଅନ୍ୟ ସ୍ଥାନରେ ଏଭଳି କେନ୍ଦ୍ର ଶୀଘ୍ର ନିର୍ମାଣ କରାଯିବ। ଏହାଛଡା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ଓଡ଼ିଶାରେ ମିଳିତ ଅଭ୍ୟାସ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏଥିରେ ୭ଟି ପଡୋଶୀ ଦେଶୀ ଯୋଗ ଦେବେ ବୋଲି ଡିଜି ପ୍ରଧାନ କହିଛନ୍ତି। ଭାରତ ପାଖରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ୩୧୦ଟି ଯନ୍ତ୍ରାଂଶ ରହିଛି। ଏହା ସବୁପ୍ରକାର ବିପର୍ଯ୍ୟୟର ମୁକାବିଲା କରିବାକୁ ସକ୍ଷମ। ବିପର୍ଯ୍ୟୟ ସମୟରେ ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଥିବାରୁ ଏହି ବାଧାକୁ ଅତିକ୍ରମ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିପର୍ଯ୍ୟୟ ପରେ ଯେଉଁ ପରିସ୍ଥିତି ସୃଷ୍ଟି ହୁଏ ତାକୁ ମୁକାବିଲା କରିବାରେ ଯୋଗାଯୋଗ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଣୁ ଗ୍ରୀଡ୍‌ ସିଷ୍ଟମ୍‌ରେ କଣ୍ଟ୍ରୋଲ ରୁମ୍‌ଗୁଡ଼ିକ ରାଜ୍ୟ, ଜିଲା ଏବଂ ବ୍ଲକ ପାଇଁ ଯେଭଳି ଏକତ୍ର କାର୍ଯ୍ୟ କରିବେ ସେଥିଲାଗି ଚେଷ୍ଟା କରାଯାଉଛି। ନଭେମ୍ବରରେ ପ୍ରଥମ ଏବଂ ୨୦୨୦ ଫେବୃୟାରୀରେ ଶେଷ ଆଡକୁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ୪ଶହରୁ ଅଧିକ ପ୍ରଶିକ୍ଷକ ଯୋଗଦେବେ। ଏଭଳି କାର୍ଯ୍ୟକ୍ରମ ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି ପ୍ରଧାନ କହିଛନ୍ତି।
ଓଡ଼ିଶାରେ ବନ୍ୟା, ବାତ୍ୟା ପ୍ରଭାବିତ ଅଞ୍ଚଳ ସମେତ ଓ ପ୍ରତ୍ନତାତ୍ତ୍ୱିକ ଇଲାକା ଉପରେ ସର୍ଭେ କରାଯାଇ ଏକ ମଡେଲ ପ୍ରସ୍ତୁତ କରାଯାଇଛି। ଏହା ଉପରେ ପ୍ରଶମନ ବଳଙ୍କୁ ପ୍ରଶିକ୍ଷଣ ଦିଆଯିବ। ବାଲେଶ୍ୱର ସଦର ବ୍ଲକ ଅଧୀନ ହିଡିଙ୍ଗାଠାରେ ହେବାକୁ ଥିବା କେନ୍ଦ୍ର ଲୋକମାନଙ୍କ ଭରସାର ଆଧାର ହେବ ବୋଲି ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ଧରିତ୍ରୀକୁ ଏକ ସ୍ବତନ୍ତ୍ର ସାକ୍ଷାତ୍‌କାର ଦେଇ ଏନ୍‌ଡିଆର୍‌ଏଫ୍‌ ଡିଜି ପ୍ରଧାନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri