Posted inଖେଳ

ବିପର୍ଯ୍ୟୟ ଘଟାଇଲା ବାଂଲାଦେଶ

ଟଣ୍ଟନ, ୧୮।୬-ଚଳିତ ଆଇସିସି ବିଶ୍ୱକପରେ ଦ୍ୱିତୀୟ ବିପର୍ଯ୍ୟୟ ଘଟାଇଛି ବାଂଲାଦେଶ। ସୋମବାର ଅନୁଷ୍ଠିତ ହାଇ ସ୍କୋରିଂ ମ୍ୟାଚରେ ଦଳ ୭ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଶାକିବ-ଅଲ-ହାସନଙ୍କ ଶତକ, ଲିଟନ ଦାସଙ୍କ ବିସ୍ଫୋରକ ବ୍ୟାଟିଂ ସହ ୪ର୍ଥ ଉଇକେଟ ଯୋଡ଼ିରେ ଏ ଦୁହିଁଙ୍କ ୧୮୯ ରନର ଭାଗୀଦାରି ବାଂଲାଦେଶ ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇଥିଲା। ସାଇ ହୋପ୍‌ଙ୍କ ୯୬ ରନ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ୫୦ ଓଭରରେ ୮ ଉଇକେଟ ହରାଇ ୩୨୧ ରନ କରିଥିଲା। ଜବାବରେ ବାଂଲାଦେଶ ୪୧.୩ ଓଭରରେ ମାତ୍ର ୩ ଉଇକେଟ ହରାଇ ୩୨୨ ରନ ସଂଗ୍ରହ କରି ନେଇଥିଲା। ଜୁନ ୨ରେ ବାଂଲାଦେଶ ଏହାର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୧ ରନରେ ହରାଇ ବିପର୍ଯ୍ୟୟ ଘଟାଇଥିଲା।
ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ବାଂଲାଦେଶ। ଦୁର୍ଦ୍ଦଶ ଓପନର କ୍ରିସ୍‌ ଗେଲ୍‌ଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରି ନିଜ ରଣନୀତିରେ ଦଳ ଆଂଶିକ ସଫଳ ମଧ୍ୟ ହୋଇଥିଲା। ମାତ୍ର ପରବର୍ତ୍ତୀ ୪ ବ୍ୟାଟ୍ସମ୍ୟାନ ଚମତ୍କାର ବ୍ୟାଟିଂ କରି ବାଂଲାଦେଶ ବୋଲରଙ୍କୁ ନିରାଶ କରିଥିଲେ। ଅନ୍ୟତମ ଓପନର ଲିଓ୍ବିସ ଏବଂ ଉଇକେଟ କିପର ହୋପ୍‌ ଦ୍ୱିତୀୟ ଉଇକେଟ ଯୋଡ଼ିରେ ୧୧୬ ରନ ସଂଗ୍ରହ କରି ଦଳକୁ ବିପଦରୁ ଉଦ୍ଧାର କରିବା ସହ ବଡ଼ ସ୍କୋର ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ୨୫ତମ ଓଭରର ୩ୟ ବଲ୍‌ରେ ଲିଓ୍ବିସଙ୍କୁ ଆଉଟ କରି ବାଂଲାଦେଶକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ଶାକିବ-ଅଲ-ହାସନ। ୬୭ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଲିଓ୍ବିସ ୬ ଚୌକା ଓ ୨ ଛକା ସହାୟତାରେ ୭୦ ରନ କରିଥିଲେ। ମିଡଲ ଅର୍ଡରରେ ନିକୋଲାସ ପୁରନ ୨୫(୩୦ ବଲ, ୨ ଚୌକା, ୧ ଛକା) ଓ ଶିମରନ ହେଟମେର ଦ୍ରୁତ ୫୦(୨୬ ବଲ, ୪ ଚୌକା, ୩ ଛକା) ରନ ସ୍କୋର କରି ଓ୍ବେଷ୍ଟଇଣ୍ଡିଜକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ଲୋୟର ଅର୍ଡରରେ ଦୁଇ ଭେଟେରାନ ଆନ୍ଦ୍ରେ ରସେଲ(୦) ଓ ଡୋରେନ ବ୍ରାଭୋ(୧୯) ବିଫଳ ହୋଇଥିବାବେଳେ ଅଧିନାୟକ ଜାସନ ହୋଲ୍ଡର ୧୫ ବଲ୍‌ରୁ ୩୩(୪ ଚୌକା, ୨ ଛକା) ରନର ଉପଯୋଗୀ ଇନିଂସ ଖେଳିଥିଲେ। ହୋପ୍‌ ଖେଳିଥିଲେ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଇନିଂସ। ସେ ମାତ୍ର ୪ ରନ ପାଇଁ ଶତକ ହାସଲରୁ ବଞ୍ଚତ୍ତ ହୋଇଥିଲେ ହେଁ ଓ୍ବେଷ୍ଟଇଣ୍ଡିଜ ମ୍ୟାଜିକ ୩୦୦ ରନ ସ୍କୋର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୪୭ ଓଭର ପର୍ଯ୍ୟନ୍ତ କ୍ରିଜ୍‌ର ଗୋଟିଏ ପଟରେ ଜଗି ରହିଥିବା ହୋପ୍‌ ୧୨୧ଟି ବଲ୍‌ର ସମ୍ମୁଖୀନ ହୋଇ ୪ ଚୌକା ଓ ୧ ଛକା ସହାୟତାରେ ୯୬ ରନ କରି ଆଉଟ ହୋଇଥିଲେ। ଲିଓ୍ବିସଙ୍କ ସହ ଶତକୀୟ ଭାଗୀଦାରି ବ୍ୟତୀତ ସେ ହେଟ୍‌ମେରଙ୍କ ସହ ୪ର୍ଥ ଉଇକେଟ ଯୋଡ଼ିରେ ମୂଲ୍ୟବାନ ୮୩ ରନ ସଂଗ୍ରହରେ ଉପଯୋଗୀ ଅବଦାନ ଦେଇଥିଲେ। ବାଂଲାଦେଶ ପକ୍ଷରୁ ମହମ୍ମଦ ସୈଫୁଦ୍ଦିନ ଓ ମୁସ୍ତାଫିଜୁର ରହମନ ୩ଟି ଲେଖାଏ ଏବଂ ଶାକିବ ୨ଟି ଉଇକେଟ ନେଇଥିଲେ।
ବଡ଼ ସ୍କୋରର ପିଛା କରିଥିଲେ ହେଁ ବାଂଲାଦେଶ ଭଲ ଆରମ୍ଭ କରିଥିବାରୁ ଚାପର ବଶବର୍ତ୍ତୀ ହୋଇ ନ ଥିଲା। ତାମିମ ଇକବାଲ ଓ ସୌମ୍ୟ ସରକାର ଓପନିଂ ଯୋଡ଼ିରେ ୫୦ ବଲ୍‌ରୁ ୫୨ ରନ ସଂଗ୍ରହ କରି ଦଳକୁ ଲକ୍ଷ୍ୟ ପଥରେ ଆଗେଇ ନେଇଥିଲେ। ସୌମ୍ୟ ୨୩ ବଲ୍‌ରୁ ୨୯(୨ ଚୌକା, ୨ ଛକା) ରନ କରି ଆଉଟ ହୋଇଥିବାବେଳେ ତାମିମ ୪୮(୫୩ ବଲ, ୬ ଚୌକା)ରନ କରି ରନଆଉଟ ହୋଇ ଯାଇଥିଲେ। ମୁସ୍ତାଫିକର ରହିମ ମାତ୍ର ୧ ରନ କରି ଆଉଟ ହେବାରୁ ବାଂଲାଦେଶ ସ୍କୋର ୧୯ ଓଭରରେ ୧୩୩/୩ ହୋଇ ଯାଇଥିଲା। ତେବେ ଶାକିବ-ଅଲ-ହାସନ ଓ ଲିଟନ ଦାସ ଅସମାପ୍ତ ୪ର୍ଥ ଉଇକେଟ ଯୋଡ଼ିରେ ୧୮୯ ରନର ଭାଗୀଦାରି ଗଢ଼ି ବାଂଲାଦେଶକୁ ବିଜୟୀ କରାଇଥିଲେ। ଶତକୀୟ ଇନିଂସ ମଧ୍ୟରେ ଶାକିବ ଏକଦିବସୀୟ କ୍ରିକେଟରେ ୬,୦୦୦ ରନ ପୂରଣ କରିବା ସହ କୌଣସି ଗୋଟିଏ ବିଶ୍ୱକପରେ ବାଂଲାଦେଶ ପକ୍ଷରୁ ଟପ୍‌ ସ୍କୋରର ହେବାର ସୌଭାଗ୍ୟଲାଭ କରିଥିଲେ। ହାତରେ ଆହୁରି ୫୧ଟି ବଲ୍‌ ବାକିଥାଇ ଦମ୍‌ଦାର ବିଜୟ ହାସଲ କରିଥିଲା ବାଂଲାଦେଶ। ୯୯ ବଲ୍‌ ଖେଳିଥିବା ଶାକିବ ୧୬ ଚୌକା ସହାୟତାରେ ୧୨୪ ଓ ଲିଟନ ୬୯ ବଲ୍‌ରୁ ୮ ଚୌକା ଓ ୪ ଛକା ସହ ୯୪ ରନରେ ଅପରାଜିତ ରହିଥିଲେ। ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ଅତିରିକ୍ତଭାବେ ୨୬ ରନ ବ୍ୟୟ କରିଥିଲେ। ଆନ୍ଦ୍ରେ ରସେଲ ଓ ଓଶାନେ ଥୋମାସ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଓ୍ବେଷ୍ଟଇଣ୍ଡିଜ ୫୦ ଓଭରରେ ୩୨୧/୮(ହୋପ୍‌-୯୬, ଲିଓ୍ବିସ-୭୦, ହେଟମେର-୫୦, ହୋଲ୍ଡର-୩୩, ମହମ୍ମଦ ସୈଫୁଦ୍ଦିନ-୩/୭୨, ମୁସ୍ତାଫିଜୁର ରହମନ-୩/୫୯, ଶାକିବ-୨/୫୪)। ବାଂଲାଦେଶ ୪୧.୩ ଓଭରରେ ୩୨୨/୩ (ଶାକିବ-୧୨୪*, ଲିଟନ-୯୪*, ତାମିମ-୪୮, ଆନ୍ଦ୍ରେ ରସେଲ-୧/୪୨, ଓଶାନେ ଥୋମାସ-୧/୫୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri