Posted inଖେଳ

ବିପର୍ଯ୍ୟୟ ଘଟାଇଲା ବାଂଲାଦେଶ

ଟଣ୍ଟନ, ୧୮।୬-ଚଳିତ ଆଇସିସି ବିଶ୍ୱକପରେ ଦ୍ୱିତୀୟ ବିପର୍ଯ୍ୟୟ ଘଟାଇଛି ବାଂଲାଦେଶ। ସୋମବାର ଅନୁଷ୍ଠିତ ହାଇ ସ୍କୋରିଂ ମ୍ୟାଚରେ ଦଳ ୭ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଶାକିବ-ଅଲ-ହାସନଙ୍କ ଶତକ, ଲିଟନ ଦାସଙ୍କ ବିସ୍ଫୋରକ ବ୍ୟାଟିଂ ସହ ୪ର୍ଥ ଉଇକେଟ ଯୋଡ଼ିରେ ଏ ଦୁହିଁଙ୍କ ୧୮୯ ରନର ଭାଗୀଦାରି ବାଂଲାଦେଶ ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇଥିଲା। ସାଇ ହୋପ୍‌ଙ୍କ ୯୬ ରନ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ୫୦ ଓଭରରେ ୮ ଉଇକେଟ ହରାଇ ୩୨୧ ରନ କରିଥିଲା। ଜବାବରେ ବାଂଲାଦେଶ ୪୧.୩ ଓଭରରେ ମାତ୍ର ୩ ଉଇକେଟ ହରାଇ ୩୨୨ ରନ ସଂଗ୍ରହ କରି ନେଇଥିଲା। ଜୁନ ୨ରେ ବାଂଲାଦେଶ ଏହାର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୧ ରନରେ ହରାଇ ବିପର୍ଯ୍ୟୟ ଘଟାଇଥିଲା।
ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ବାଂଲାଦେଶ। ଦୁର୍ଦ୍ଦଶ ଓପନର କ୍ରିସ୍‌ ଗେଲ୍‌ଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରି ନିଜ ରଣନୀତିରେ ଦଳ ଆଂଶିକ ସଫଳ ମଧ୍ୟ ହୋଇଥିଲା। ମାତ୍ର ପରବର୍ତ୍ତୀ ୪ ବ୍ୟାଟ୍ସମ୍ୟାନ ଚମତ୍କାର ବ୍ୟାଟିଂ କରି ବାଂଲାଦେଶ ବୋଲରଙ୍କୁ ନିରାଶ କରିଥିଲେ। ଅନ୍ୟତମ ଓପନର ଲିଓ୍ବିସ ଏବଂ ଉଇକେଟ କିପର ହୋପ୍‌ ଦ୍ୱିତୀୟ ଉଇକେଟ ଯୋଡ଼ିରେ ୧୧୬ ରନ ସଂଗ୍ରହ କରି ଦଳକୁ ବିପଦରୁ ଉଦ୍ଧାର କରିବା ସହ ବଡ଼ ସ୍କୋର ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ୨୫ତମ ଓଭରର ୩ୟ ବଲ୍‌ରେ ଲିଓ୍ବିସଙ୍କୁ ଆଉଟ କରି ବାଂଲାଦେଶକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ଶାକିବ-ଅଲ-ହାସନ। ୬୭ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଲିଓ୍ବିସ ୬ ଚୌକା ଓ ୨ ଛକା ସହାୟତାରେ ୭୦ ରନ କରିଥିଲେ। ମିଡଲ ଅର୍ଡରରେ ନିକୋଲାସ ପୁରନ ୨୫(୩୦ ବଲ, ୨ ଚୌକା, ୧ ଛକା) ଓ ଶିମରନ ହେଟମେର ଦ୍ରୁତ ୫୦(୨୬ ବଲ, ୪ ଚୌକା, ୩ ଛକା) ରନ ସ୍କୋର କରି ଓ୍ବେଷ୍ଟଇଣ୍ଡିଜକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ଲୋୟର ଅର୍ଡରରେ ଦୁଇ ଭେଟେରାନ ଆନ୍ଦ୍ରେ ରସେଲ(୦) ଓ ଡୋରେନ ବ୍ରାଭୋ(୧୯) ବିଫଳ ହୋଇଥିବାବେଳେ ଅଧିନାୟକ ଜାସନ ହୋଲ୍ଡର ୧୫ ବଲ୍‌ରୁ ୩୩(୪ ଚୌକା, ୨ ଛକା) ରନର ଉପଯୋଗୀ ଇନିଂସ ଖେଳିଥିଲେ। ହୋପ୍‌ ଖେଳିଥିଲେ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଇନିଂସ। ସେ ମାତ୍ର ୪ ରନ ପାଇଁ ଶତକ ହାସଲରୁ ବଞ୍ଚତ୍ତ ହୋଇଥିଲେ ହେଁ ଓ୍ବେଷ୍ଟଇଣ୍ଡିଜ ମ୍ୟାଜିକ ୩୦୦ ରନ ସ୍କୋର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୪୭ ଓଭର ପର୍ଯ୍ୟନ୍ତ କ୍ରିଜ୍‌ର ଗୋଟିଏ ପଟରେ ଜଗି ରହିଥିବା ହୋପ୍‌ ୧୨୧ଟି ବଲ୍‌ର ସମ୍ମୁଖୀନ ହୋଇ ୪ ଚୌକା ଓ ୧ ଛକା ସହାୟତାରେ ୯୬ ରନ କରି ଆଉଟ ହୋଇଥିଲେ। ଲିଓ୍ବିସଙ୍କ ସହ ଶତକୀୟ ଭାଗୀଦାରି ବ୍ୟତୀତ ସେ ହେଟ୍‌ମେରଙ୍କ ସହ ୪ର୍ଥ ଉଇକେଟ ଯୋଡ଼ିରେ ମୂଲ୍ୟବାନ ୮୩ ରନ ସଂଗ୍ରହରେ ଉପଯୋଗୀ ଅବଦାନ ଦେଇଥିଲେ। ବାଂଲାଦେଶ ପକ୍ଷରୁ ମହମ୍ମଦ ସୈଫୁଦ୍ଦିନ ଓ ମୁସ୍ତାଫିଜୁର ରହମନ ୩ଟି ଲେଖାଏ ଏବଂ ଶାକିବ ୨ଟି ଉଇକେଟ ନେଇଥିଲେ।
ବଡ଼ ସ୍କୋରର ପିଛା କରିଥିଲେ ହେଁ ବାଂଲାଦେଶ ଭଲ ଆରମ୍ଭ କରିଥିବାରୁ ଚାପର ବଶବର୍ତ୍ତୀ ହୋଇ ନ ଥିଲା। ତାମିମ ଇକବାଲ ଓ ସୌମ୍ୟ ସରକାର ଓପନିଂ ଯୋଡ଼ିରେ ୫୦ ବଲ୍‌ରୁ ୫୨ ରନ ସଂଗ୍ରହ କରି ଦଳକୁ ଲକ୍ଷ୍ୟ ପଥରେ ଆଗେଇ ନେଇଥିଲେ। ସୌମ୍ୟ ୨୩ ବଲ୍‌ରୁ ୨୯(୨ ଚୌକା, ୨ ଛକା) ରନ କରି ଆଉଟ ହୋଇଥିବାବେଳେ ତାମିମ ୪୮(୫୩ ବଲ, ୬ ଚୌକା)ରନ କରି ରନଆଉଟ ହୋଇ ଯାଇଥିଲେ। ମୁସ୍ତାଫିକର ରହିମ ମାତ୍ର ୧ ରନ କରି ଆଉଟ ହେବାରୁ ବାଂଲାଦେଶ ସ୍କୋର ୧୯ ଓଭରରେ ୧୩୩/୩ ହୋଇ ଯାଇଥିଲା। ତେବେ ଶାକିବ-ଅଲ-ହାସନ ଓ ଲିଟନ ଦାସ ଅସମାପ୍ତ ୪ର୍ଥ ଉଇକେଟ ଯୋଡ଼ିରେ ୧୮୯ ରନର ଭାଗୀଦାରି ଗଢ଼ି ବାଂଲାଦେଶକୁ ବିଜୟୀ କରାଇଥିଲେ। ଶତକୀୟ ଇନିଂସ ମଧ୍ୟରେ ଶାକିବ ଏକଦିବସୀୟ କ୍ରିକେଟରେ ୬,୦୦୦ ରନ ପୂରଣ କରିବା ସହ କୌଣସି ଗୋଟିଏ ବିଶ୍ୱକପରେ ବାଂଲାଦେଶ ପକ୍ଷରୁ ଟପ୍‌ ସ୍କୋରର ହେବାର ସୌଭାଗ୍ୟଲାଭ କରିଥିଲେ। ହାତରେ ଆହୁରି ୫୧ଟି ବଲ୍‌ ବାକିଥାଇ ଦମ୍‌ଦାର ବିଜୟ ହାସଲ କରିଥିଲା ବାଂଲାଦେଶ। ୯୯ ବଲ୍‌ ଖେଳିଥିବା ଶାକିବ ୧୬ ଚୌକା ସହାୟତାରେ ୧୨୪ ଓ ଲିଟନ ୬୯ ବଲ୍‌ରୁ ୮ ଚୌକା ଓ ୪ ଛକା ସହ ୯୪ ରନରେ ଅପରାଜିତ ରହିଥିଲେ। ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ଅତିରିକ୍ତଭାବେ ୨୬ ରନ ବ୍ୟୟ କରିଥିଲେ। ଆନ୍ଦ୍ରେ ରସେଲ ଓ ଓଶାନେ ଥୋମାସ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଓ୍ବେଷ୍ଟଇଣ୍ଡିଜ ୫୦ ଓଭରରେ ୩୨୧/୮(ହୋପ୍‌-୯୬, ଲିଓ୍ବିସ-୭୦, ହେଟମେର-୫୦, ହୋଲ୍ଡର-୩୩, ମହମ୍ମଦ ସୈଫୁଦ୍ଦିନ-୩/୭୨, ମୁସ୍ତାଫିଜୁର ରହମନ-୩/୫୯, ଶାକିବ-୨/୫୪)। ବାଂଲାଦେଶ ୪୧.୩ ଓଭରରେ ୩୨୨/୩ (ଶାକିବ-୧୨୪*, ଲିଟନ-୯୪*, ତାମିମ-୪୮, ଆନ୍ଦ୍ରେ ରସେଲ-୧/୪୨, ଓଶାନେ ଥୋମାସ-୧/୫୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri