ବିପଦ ସଙ୍କେତ ନିକଟତର ୩ ନଦୀ

ଛତ୍ରପୁର,୨୫ା୧୦(ଡି.ଏନ.ଏ)- ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାରେ ଗତ ୩ ଦିନ ହେଲା ବର୍ଷା ଲାଗିରହିଛି। ବିଭିନ୍ନ ସ୍ଥାନରେ ପାଣି ଜମିଛି। ୨୪ ଘଣ୍ଟା ମଧ୍ୟରେ ଜିଲାରେ ୧୨୫.୧୯ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବିଭନ୍ନ ନଦୀର ଜଳସ୍ତର ବିପଦସଙ୍କେତ ନିକଟତର ହୋଇଛି। ବିଶେଷକରି ଋଷିକୁଲ୍ୟା, ବଡନଦୀ ଓ ବାହୁଦା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ୩ ନଦୀର ଜଳସ୍ତର ବିପଦସଙ୍କେତ ନିକଟତର ହୋଇଥିବାରୁ ସ୍ଥିତି ଗମ୍ଭୀର ହେବା ସମ୍ଭାବନା ରହିଛି। ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଖୋଲାଯାଇଥିବା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ରୁ ଗୁରୁବାର ସନ୍ଧ୍ୟାରେ ମିଳିଥିବା ସୂଚନା ଅନୁସାରେ ସୋରଡାଠାରେ ଋଷିକୁଲ୍ୟାର ଜଳସ୍ତର ୮୦.୮୦ ମିଟର ରହିଛି। ଏଠାରେ ବିପଦସଙ୍କେତ ୮୧.୯୯ ମିଟର। ସେହିପରି ଜାନିବିଲିଠାରେ ବିପଦସଙ୍କେତ ୫୩.୧୮ ମିଟର ଥିବାବେଳେ ୫୨.୬୩ ମିଟରରେ ଜଳ ପ୍ରବାହିତ ହେଉଛି। ହୀରାଧାରାବାଟି ଠାରେ ୨୩.୧୬ ମିଟର ବିପଦସଙ୍କେତ ଥିବାବେଳେ ଜଳସ୍ତର ୨୧.୧୯ ମିଟର ଓ ପୁରୁଷୋତ୍ତମପୁର ଠାରେ ଋଷିକୁଲ୍ୟା ନଦୀର ବିପଦସଙ୍କେତ ୧୬.୮୪ ମିଟର ଥିବାବେଳେ ୧୩.୪୫ ମିଟରରେ ଜଳ ପ୍ରବାହିତ ହେଉଛି। ଅନ୍ୟପକ୍ଷରେ ବଡନଦୀର ଜଳସ୍ତର ସୋରିଷମୂଳ ବ୍ୟାରେଜ୍‌ଠାରେ ବିପଦସଙ୍କେତ ୧୦୨.୧୧ ମିଟର ଥିବାବେଳେ ୧୦୧.୨୩ ମିଟରରେ, ନୂଆଗାଁ ବ୍ରିଜ୍‌ ଠାରେ ବିପଦସଙ୍କେତ ୭୦.୯୩ ମିଟର ରହିଥିବା ବେଳେ ୬୮.୧୩ ମିଟର, ମାଧବରିଡାଠାରେ ବିପଦସଙ୍କେତ ୬୦.୬୫ ମିଟର ଥିବାବେଳେ ୫୯.୧୩ ମିଟରରେ ଜଳ ପ୍ରବାହିତ ହୋଇଛି। ସେହିପରି ବାହୁଦା ନଦୀର ବିପଦସଙ୍କେତ କଳିଙ୍ଗଦୋଳାଠାରେ ୩୨.୫୦ ମିଟର ରହିଥିବାବେଳେ ଗୁରୁବାର ସନ୍ଧ୍ୟାରେ ଜଳସ୍ତର ୩୧.୩୬ ମିଟର ରହିଛି।
ଆହୁରି ୨୪ ଘଣ୍ଟା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିବାରୁ ନଦୀଗୁଡିକର ଜଳସ୍ତର ଆହୁରି ବଢିବ ବୋଲି ଜଣାପଡିଛି। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ତହସିଲଦାର, ବିଡିଓ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ ଚିକିଟି ବ୍ଲକରେ ସର୍ବାଧିକ ୨୦୩ ମିମି ବର୍ଷା ହୋଇଥିବାବେଳେ ରଙ୍ଗେଇଲୁଣ୍ଡା ବ୍ଲକରେ ୧୯୨.୪ ମିମି, ଛତ୍ରପୁର ବ୍ଲକରେ ୧୧୨ ମିମି, ଗଞ୍ଜାମ ବ୍ଲକରେ ୧୧୩ ମିମି ବର୍ଷା ହୋଇଛି। ସେହିପରି ପୁରୁଷୋତ୍ତମପୁର ବ୍ଲକରେ ୧୨୦ ମିମି, କବିସୂର୍ଯ୍ୟନଗର ବ୍ଲକରେ ୧୨୦ ମିମି. ବେଗୁନିଆପଡା ବ୍ଲକରେ ୧୦୬.୪ ମିମି, ଖଲ୍ଲିକୋଟ ବ୍ଲକରେ ୧୦୭ ମିମି, ହିଞ୍ଜିିଳି ବ୍ଲକରେ ୧୧୪ ମି.ମି., କୁକୁଡାଖଣ୍ଡି ବ୍ଲକରେ ୧୭୫ ମିମି, ପାତ୍ରପୁର ବ୍ଲକରେ ୧୮୫.୫ ମି.ମି., ସାନଖେମୁଣ୍ଡି ବ୍ଲକରେ ୧୪୭ ମିମି ବର୍ଷା ହୋଇଛି। ଦିଗପହଣ୍ଡି ବ୍ଲକରେ ୧୧୫ ମିମି, ପୋଲସରା ବ୍ଲକରେ ୮୦.୨ ମିମି, ଭଞ୍ଜନଗର ବ୍ଲକରେ ୮୬ ମିମି, ବେଲଗୁଣ୍ଠା ବ୍ଲକରେ ୧୧୨ ମିମି, ଜଗନ୍ନାଥପ୍ରସାଦ ବ୍ଲକରେ ୮୭ ମିମି, ବୁୁଗୁଡା ବ୍ଲକରେ ୮୯ ମିମି, ଆସିକା ବ୍ଲକରେ ୧୨୭.୬ ମିମି, ଧରାକୋଟ ବ୍ଲକରେ ୧୨୦ ମିମି, ଶେରଗଡ ବ୍ଲକରେ ୧୪୨ ମିମି ଓ ସୋରଡା ବ୍ଲକରେ ୧୦୦ ମିମି ବର୍ଷା ହୋଇଥିବା କଣ୍ଟ୍ରୋଲ ରୁମ୍‌ରୁ ସୂଚନା ମିଳିଛି। ସନ୍ଧ୍ୟାରୁ ବର୍ଷାର ପରିମାଣ କମିଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri