ବିପଦ ସଙ୍କେତ ଅବସ୍ଥାରେ କାଲିମେଳା ସଦର ମହକୁମା ରାସ୍ତା

କାଲିମେଳା, ୧୩।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଜୟପୁର- ମୋଟୁ ୩୨୬ ନଂ. ଜାତୟ ରାଜପଥର କାଲିମେଳା ସଦର ମହକୁମା ରାସ୍ତା ଉପରେ ବଡ଼ ବଡ଼ ଗର୍ତ୍ତ ହୋଇ ପୋଖରୀ ଭଳି ପାଣି ଜମି ରହିଛି। ଫଳରେ ଗାଡ଼ି ଦୁର୍ଘଟଣା ହେବା ସମ୍ଭାବନା ରହିଛି। ଉକ୍ତ ରାସ୍ତାକୁ ଲିଙ୍କନ କମ୍ପାନୀ ନିର୍ମାଣ କରିଥିବାବେଳେ ତା’ର ମରାମତି ଦାୟିତ୍ୱ ମଧ୍ୟ ଉକ୍ତ କମ୍ପାନୀର ରହିଛି। ହେଲେ କମ୍ପାନୀ ମରାମତି କରୁ ନ ଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ମଧ୍ୟ ଏହା ଉପରେ ପଡ଼ୁ ନାହିଁ। ଫଳରେ ସାଧାରଣ ଜନତାଙ୍କଠାରୁ ଆରମ୍ଭକରି ଗାଡ଼ି ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ତୁରନ୍ତ ଏହାର ମରାମତି ପାଇଁ ସାଧାରଣରେ ଦାବି ହେଉଛି।