ପାଟଣା,୧୭।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ରବିବାର ସାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଟଣା ମୁଖ୍ୟାଳୟ ଦେଇ ପ୍ରବାହିତ ବୈତରଣୀ ନଦୀ କୂଳ ଲଙ୍ଘି ଅନୂଷୟା ଘାଟ ବୁଡ଼ିବା ସହ ପରମେଶ୍ବର ଫାଟକକୁ ବଢ଼ି ପାଣି ପହଞ୍ଚିଛ। ପାଟଣାରେ ସୋମବାର ସକାଳ ୯ ଟାରେ ବିପଦ ସଙ୍କେତ ପାର କରିଛି ବୈତରଣୀ ନଦୀ । ଏଠାରେ ୩୧୧.୧୦ ବିପଦ ସଙ୍କେତ ଥିବା ବେଳେ ୩୧୧.୨୨ ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ପାଟଣା ବୈତରଣୀ ଅବାହିକାରେ ୯୭.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି।

