ବିପଦ୍‌ ମୁଢ଼େଇ ଦଦ୍‌ରା ଘରେ ରହୁଛନ୍‌ ଅସାହା ଦମ୍ପତି

 

ଲାଠୋର, ୨୭ା୮ (ଡି.ଏନ୍‌.ଏ):
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ପଁଚେତ୍‌ ସଦର ଗୁଦାମପଡ଼ାରେ ବାସ କରୁଛନ୍‌ ଭଗବାନ ଛତ୍ରିଆ। ପରିବାର କହେଲେ ମାଏକିନା ବାସନ୍ତି ଆର ଗୁଟେ ବଲି ଝି’ ସେବତୀ। ପରିବାରଟା ନିହାତି ଗରିବ୍‌। ଇ ଗରିବ୍‌ ଦମ୍ପତି ଲାଗ୍‌ବରମସ କରି ଗୁଟେବଲି ଝି’କେ ବିହାକଲେ। ପଛେ ଦୁଖ୍‌ସୁଖ କରି ଦମ୍ପତି ଲୁକ୍‌କର ଲାଗ୍‌ବରମସ ସୁଝ୍‌ଲେ। ଝି’କେ ବିହା କଲା ଉତାରୁ ଇ ଦମ୍ପତି ଫିବଛର ଦାଦନ ଯାଇ ପେଟ୍‌ ପାଲୁଥିଲେ। ହେଲେ ବଏସ୍‌ ହେଲାରୁ ସେମାନେ ଦାଦନ ଯିବାକେ ଆର ସାହାସ ଯୁଟେଇ ନାଇଁ ପାରଲେ। ସେଦିନ୍‌ଠାନୁ ଭଗବାନ ଆସର ପାସର ଗଁାଗଁଡ଼ାରୁ ପନିପରିବା ଠୁଲେଇ ସେଟା ବଜାରମାନକେ ବିକି ଦୁଇ ପଏସା ରୁଜଗାର କରୁଛନ୍‌। ବାପ୍‌ ଅଜା ଅମଲୁ ୬୮ ଡେସିମିଲ ଘର ଡିହ ରହିଛେ। ହେଲେ ସେଟା ଦୁଇ ଭାଇ ଭିତରେ ଭାଗ୍‌ବଁଟା ନାଇଁହେଇ। ଯେନ୍‌ଥିରଲାଗି ଭଗବାନ ନିଜର ବଡ଼ବପାକଁର ଗୁଟେ ଡିହରେ ଧାର ଉଧାର କରି ଇଟା ଆର ମାଏଟ୍‌ରେ ଗୁଟେ ଘର ତିଆରିଛନ୍‌। ସେ ଘର ଆଘେ ଖୁଁଟା ଗାଡ଼ି ତାର ଉପରେ ତାଲବରଡା ଆର ତାରପୋଲିନ୍‌ ଢାପିଛନ୍‌। ସେଠାନେ ତାକର ରଁଧାବଢ଼ା ହେଉଛେ। ଇଆଡ଼େ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ଘର ଯୁଗେଇ ଦେଉଛନ୍‌। ଭଗବାନ ଘରଖଁଡ଼େ ପାଏବାର ଆଶ୍‌ରେ ସରକାରୀ କରମଚାରୀକୁଁ ଭେଟି, ଗୁହାରି କରି ନିରାଶ ହେଇଛନ୍‌। ଶେଷେ ଉପେ ଶୂଇନ୍‌ ଗରିବ୍‌ ଦମ୍ପତି ନିଜର ଭାଏଗ୍‌କେ ଆଦ୍‌ରି ସେ ଦଦ୍‌ରା ଘରେ ମୁଡ଼ଗୁଁଜିଛନ୍‌। ହେଲେ ଘରଟା କେତେବେଲେ ମାଡି ବସବା କିଛି ଠିକ୍‌ନା ନଁାଇଁନ ବଲି ଭଗବାନ ଦୁଖିତ ହେଇ କହିଛନ୍‌। ଇ ବାବ୍‌ଦେ ଲାଠୋର ସରପଁଚ୍‌ ପ୍ରବିଣ ଅଗ୍ରଓ୍ବାଲକୁଁ ପଚରାଲାରୁ ଇ ପରିବାରକେ ପକାଘର ଯୁଗେଇ ଦେବାର ଲାଗି ତାକର ଲିଷ୍ଟ ପଠାବାର ସଂଗେ ପରଶାସନକେ ଅନୁରୋଧ କରିଛୁଁ ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri