ବିପଦ୍‌ ଅବସ୍‌ତାରେ ବାଲସି ସ୍ବାସ୍ଥ୍ୟସେବା କେନ୍ଦ୍ର

କେସିଙ୍ଗା, ୨୮।୫ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବାର ବାଲସି ସ୍ବାସ୍ଥ୍ୟସେବା କେନ୍ଦ୍ର ବହୁତ ବଛର ହେଲା ବିପଦ ଅବସ୍‌ତାରେ ପଡ଼ିରହିଛେ। ସୂଚନା ଅନ୍‌ସାରେ ଇ ସ୍ବାସ୍ଥ୍ୟସେବା କେନ୍ଦ୍ରରର ଥାପନା ୧୯୮୫ ସାଲେ ହେଇଥିଲା। ସ୍ବାସ୍ଥ୍ୟସେବା କେନ୍ଦ୍ରରେ ବାଲସି ପଁଚେତ୍‌ରେ ନିଯୁକ୍ତି ପାଇଥିବାର ସ୍ବାସ୍ଥ୍ୟ ସେବିକା ରହିବାର ବେବସ୍‌ତା ଅଛେ। ହେଲେ ଆଏଜକେ ୩୪ ବଛର ତଲେ ତିଆର ହେଇଥିବାର ଇ ସ୍ବାସ୍ଥ୍ୟସେବା କେନ୍ଦ୍ର ବିପଦ ଅବସ୍‌ତାରେ ପଡ଼ିରହିଛେ। ସ୍ବାସ୍ଥ୍ୟ କେନ୍ଦ୍ରର ଥାପନା ଦିନୁ ବାଡ଼ା ତିଆର ନାଇଁ ହେଇ। ଇଠାନେ ଥିବାର ଶୌଚାଲୟ, ସ୍ବାସ୍ଥ୍ୟସେବା କେନ୍ଦ୍ର, ରଁଧାଘର, ଗାଧୁଆଘର, ଅଫିସ ଘରର କବାଟ ଝରକା ପୁଖରା ହେଇ ଭାଂଗିରୁଜି ଗଲାନ। କେନ୍ଦ୍ରର ସବୁ କୁଠାର ଛାତ୍‌ରୁ ସିମେଟ ଛାଡ଼ି ଲୁହାଛଡ଼୍‌ମାନ୍‌ ଫଟିକ୍‌ ଦିଶୁଛେ। କେତେବେଲେ କେନ୍‌ କୁଠାର ଛାତ୍‌ ଗଲିପଡ଼ବା କିଛି କହି ନାଇଁହୁଏ। ଏନ୍‌ତାଥି ବି କେନ୍ଦ୍ରର ଝନେ ସ୍ବାସ୍ଥ୍ୟ ସେବିକା ନିଜର ଜୀବନ୍‌କେ ପାଏନ୍‌ ଛଡ଼େଇ କୁଠାଥି ରହିଆସୁଛନ୍‌। ଇ ବାବ୍‌ଦେ ସ୍ବାସ୍ଥ୍ୟ ସେବିକା କଳାହାଣ୍ଡି ଜିଲା ମୁଖିଆ ଚିକିସତ୍ା ଅଧ୍‌କାରୀ ଆର ମେଡିକାଲ ଅଫିସର ପାଷ୍ଟିକୁଡ଼ିକୁଁ ଲେଖିକରି ଦେଇଛନ୍‌। ବିଭାଗ୍‌ ତରଫୁ ଇ ସେବାକେନ୍ଦ୍ରକେ ଡେମେଜ ଘୋଷନା କରାଯାଇଛେ। ଭିନେ ଭିନେ ସମିଆରେ ସ୍ବାସ୍ଥ୍ୟ କେନ୍ଦ୍ରର ମରାମତି ବି କରାଯାଇଛେ। ଗଲା ୨୦୧୭-୧୮ ଆରଥିକ୍‌ ବଛରରେ ସ୍ବାସ୍ଥ୍ୟକେନ୍ଦ୍ରର ମରାମତି ଆର ବାଡ଼ା ତିଆରି ଲାଗି ବାଲସି ପଁଚେତ୍‌କେ ୧ଲାଖ୍‌ ୮୦ ହଜାର ଟଁକା ବିଭାଗ ତରଫୁ ଦିଆଯାଇଥିଲା। ହେଲେ ଟଁକା ମଂଜୁର ହେବାର ଆଏଜ୍‌କେ ଦୁଇ ବଛର ବିତିଯାଇଥିଲେ ବି ପଁଚେତ୍‌ ତରଫୁ ସ୍ବାସ୍ଥ୍ୟ କେନ୍ଦ୍ରର ମରାମତି ନାଇଁ କରାଯାଇ। ଏନ୍‌ତାଥି ସ୍ବାସ୍ଥ୍ୟସେବା କେନ୍ଦ୍ରରେ ସ୍ବାସ୍ଥ୍ୟ ସେବିକା ଝନ୍‌କ ନିଜର ପରିବାର ସମେତ ଭଏଭିତ ଅବସ୍‌ତାରେ ରହୁଛନ୍‌। ଇ ବାବ୍‌ଦେ ଜିଲା ଚିକିସତ୍ା ଅଧ୍‌କାରୀକୁଁ ପଚରାଲାରୁ ସେ କୁଠା ଡେମେଜ ହେଇଗଲାନ। ନୂତନ କୁଠା ତିଆର କରାଯିବା, ମୁଇଁ ଇ ଘଟନାର ତଦଁତ୍‌ କରମି ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବାଲସି ପଁଚେତ୍‌ର ପିଇଓ ଆନନ୍ଦ ମହାନନ୍ଦକୁଁ ପଚରାଲାରୁ ସାଧାରନ ନିରବାଚନ ଲାଗି ବାଡ଼ା ଆର ଘର ତିଆରି କାମ୍‌ ନାଇଁ ହେଇପାରି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri