ବିପଦସଙ୍କୁଳ ବଙ୍ଗରଦୁଆ ଘାଟି, ଧସୁଛି ଅତଡ଼ା

ଦାରିଙ୍ଗବାଡ଼ି,୯।୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ଠାରୁ ବ୍ରାହ୍ମଣୀଗାଁ ଦେଇ ଗଜପତି ଜିଲାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ବଙ୍ଗରଦୁଆ ଘାଟି ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ପୂର୍ବରୁ ଉକ୍ତ ରାସ୍ତା ସଂପ୍ରସାରଣ ବେଳେ ଦୁଇପାର୍ଶ୍ୱରୁ ମାଟି ଓ ଘାଟି କଟାଯାଇ ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା । ଏବେ ଉକ୍ତ ଘାଟିର ଉଭୟ ପାର୍ଶ୍ୱରେ ମୋରମ ମାଟି ସହ ଉପର ଭାଗରେ ବଡ଼ ବଡ଼ ଗଛ ସବୁ ରହିଛି । ତେବେ କେତେଜଣ ଅସାଧୁ ଠିକାଦାର ମୋରମ ପାଇଁ ଏବେ ଉକ୍ତ ଘାଟି ରାସ୍ତାର ଦୁଇ ପାଶର୍‌ବକୁ ଖୋଳି ବେଆଇନ ଭାବେ ଚୋରାଚାଳଣ କରୁଛନ୍ତି। ନିୟମିତ ଏପରି ଚାଲୁଥିବାରୁ ରାସ୍ତା ଦିନକୁ ଦିନ ବିପଦସଙ୍କୁଳ ହେଉଛି। ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀମାନେ ଏହା ଦେଖୁଥିଲେ ମଧ୍ୟ ଚୁପ୍‌ ବସିଛନ୍ତି। ଉକ୍ତ ଅଞ୍ଚଳରେ ଲଗାଣ ବର୍ଷା ହେଲେ ଘାଟିରୁ ମାଟି ଅତଡ଼ା ଖସିବା ସହ ପାହାଡ଼ରୁ ବଡ ବଡ ଗଛ ଖସିବା ନଜିର ରହିଛି । ଏହି ମୋରମ ମାଟିକୁ ଦିନ ଦ୍ୱିପ୍ରହରରେ ମଧ୍ୟ ଚୋରି କରି ନିଆଯାଉଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଯୋଗୁ ବେଧଡ଼କ ଚୋରାଚାଲାଣ କରାଯାଉଛି । ଘାଟି ରାସ୍ତାର ସୁରକ୍ଷା ନେଇ ବିଭାଗୀୟ ଯନ୍ତ୍ରୀ ଜୟନ୍ତ କୁମାର ପତିଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଘଟଣାକୁ ସ୍ବୀକାର କରିବା ସହ କହିଛନ୍ତି, ଯେଉଁ ଘାଟି କଡ଼ରୁ ମୋରମ ମାଟି ଚୋରି ହେଉଛି, ତାହା ଜଙ୍ଗଲ ଓ ପରିବେଶ ବିଭାଗର ସଂରକ୍ଷିତ ଜଙ୍ଗଲ । ଗଛ ଏବଂ ମାଟି ଅତଡ଼ା ଖସୁଥିବା ସେ ସ୍ବୀକାର କରିବା ସହ ଉକ୍ତ ରାସ୍ତା କଡ଼ର ମାଟି କଟାଯାଇ ଡାଇଭର୍ସନ ରାସ୍ତା ନିର୍ମାଣ ପାଇଁ ସେ ଜଙ୍ଗଲ ଓ ପରିବେଶ ବିଭାଗକୁ ଅନୁମତି ନେବେ। ଅନୁମତି ମିଳିଲା ପରେ ରାସ୍ତା କଡ଼ରେ ଉଚ୍ଚ ହୋଇରହିଥିବା ଦୁଇ ପାର୍ଶ୍ୱକୁ କଟାଯାଇ ସମତଳ କରାଯିବ ବୋଲି କହିଛନ୍ତି। ମୋରମ ଚୋରି ରୋକିବା ଦାୟିତ୍ୱ ବନ ବିଭାଗର ବୋଲି ଯନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ପ୍ରଦୀପ ବେହେରା କହିଛନ୍ତି, ଉକ୍ତ ଘାଟି ରାସ୍ତା ହେଉଛି ପୂର୍ତ୍ତ ବିଭାଗର। ତେଣୁ ଉକ୍ତ ଘାଟିରୁ ମାଟି ନେଉଥିବା ଦୁର୍ବୁତ୍ତଙ୍କ ଉପରେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଘାଟି ରାସ୍ତାର ଦୁଇ ପାର୍ଶ୍ୱ ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା ସେ କହିଛନ୍ତି। ତେବେ ଦୁଇ ବିଭାଗର ମତାମତରେ ତାଳମେଳ ରହୁ ନ ଥିବା ବେଳେ ଜଣେ ଅନ୍ୟ ଜଣଙ୍କ ଦାୟିତ୍ୱ କହି ଘଟଣାକୁ ଗୁରୁତ୍ୱ ଦେଉ ନ ଥିବା ଜଣାପଡ଼ିଛି। ସେପଟେ ଉକ୍ତ ଘାଟିରେ ୨୦୧୯ ମସିହାରେ ଏକାଧିକ ଦୁର୍ଘଟଣା ଘଟି ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ନଜିର ରହିଛି । ଦୁଇଟି ବିଭାଗ ଉକ୍ତ ଘାଟିରୁ ମାଟି ଚୋରି ହେଉଥିବା ସମ୍ପର୍କରେ ଅବଗତ ଅଛଛି। ଘାଟିରାସ୍ତାର ବିପଦ ବଢ଼ୁଥିବା ଜାଣି ମଧ୍ୟ ଚୁପ୍‌ ବସିବା ଦୁର୍ଭାଗ୍ୟର ବିଷୟ ବୋଲି ଅଞ୍ଚଳବାସୀ କହିଛନ୍ତି। ଉକ୍ତ ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କ ସୁରକ୍ଷା ପ୍ରତି ଜିଲା ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri