ବିପଦସଙ୍କୁଳ ଅବସ୍ଥାରେ ଖଣ୍ଡିଆ ବନ୍ଧ ପୋଲ, ରାସ୍ତା

ଜେନାପୁର,୧୯ା୮(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ରେଳବାଇ ଲେବୁଲ କ୍ରସିଂ ନିକଟସ୍ଥ ଖଣ୍ଡିଆ ବନ୍ଧ ପୋଲ ଓ ରାସ୍ତା ବିପଦସଙ୍କୁଳ ଅବସ୍ଥା ରହିଛି। ଏହି ପୁରାତନ ପୋଲଟିର କାନ୍ଥରୁ ପଥର ଖସୁଛି। ପୋଲଟିରେ ବାଡା ନ ଥିବାରୁ ଅନେକ ଛୋଟବଡ ଦୃର୍ଘଟଣା ଘଟୁଛି। କିଛିଦିନ ତଳେ ଏକ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏବେ ବର୍ଷାରେ ପୋଲ ଉପରେ ସିୟୁଲି ଜମିବାରୁ ଯାତାୟାତ ବାଧା ପ୍ରାପ୍ତ ହେଉଛି। ସେହିପରି ପୋଲକୁ ଲାଗିଥିବା ରାସ୍ତାଟି ମରାମତି ଅଭାବରୁ ଖାଲଖମା ସୃଷ୍ଟି ହୋଇଛି। ବର୍ଷାରେ ଉକ୍ତସ୍ଥାନରେ ପାଣି ଜମିରହିବାରୁ ଦୁର୍ଘଟଣା ଘଟୁଛି। ଏହି ପୋଲ ଓ ରାସ୍ତା ଉପରେ ଦୈନିକ ୧୦ ପଞ୍ଚୟତବାସୀ ନିର୍ଭର କରିଥାନ୍ତି। ବ୍ଲକ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବାଡ଼ା ଓ ରାସ୍ତା ମରାମତି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।