ବିପଦପୂର୍ଣ୍ଣ ହେଉଛି ସମୁଦ୍ର ସ୍ନାନ

ପୁରୀ ଅଫିସ, ୧୮ା୧୦: ଆସୁଛି ପର୍ଯ୍ୟଟନ ଋତୁ। ଏଥିପାଇଁ ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ। ସାଧାରଣତଃ ଶ୍ରୀମନ୍ଦିର ଦର୍ଶନ ପରେ ସ୍ବର୍ଣ୍ଣାଭ ବେଳାଭୂମିରେ ବୁଲିବା ଓ ସମୁଦ୍ରରେ ସ୍ନାନ କରିବାକୁ ପର୍ଯ୍ୟଟକ ପସନ୍ଦ କରିଥାନ୍ତି। ତେବେ ପୁରୀ ସମୁଦ୍ର ପର୍ଯ୍ୟଟକଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପଡ଼ିଛି। ସମୁଦ୍ର ସ୍ନାନ ବେଳେ ଅନେକ ସମୟରେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ଏବଂ ଲହଡିରେ ପଡ଼ିି ଆହତ ହେବା ଘଟଣା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ୨ ସପ୍ତାହ ମଧ୍ୟରେ ୫ଟି ଦୁର୍ଘଟଣା ଘଟିଲାଣି। ଏଥିରେ ୨ଜଣଙ୍କ ଜୀବନ ଯାଇଥିବାବେଳେ ୯ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ତେଣୁ ଅଧିକ ଲାଇଫ୍‌ଗାର୍ଡ ମୁତୟନ କରାଯିବା ଜରୁରୀ ହୋଇପଡ଼ିଛି।