ବିପଜ୍ଜନକ କାର୍ଯ୍ୟରେ ନାହିଁ ଲଗାମ: ବିଦ୍ୟୁତ୍‌ କରେଣ୍ଟ ଦେଇ ମାଛଧରା, କମ୍‌ ଖର୍ଚ୍ଚରେ ମିଳୁଛି ବେଶି ଲାଭ

ନୟାଗଡ଼ ଅଫିସ/ଓଡଗାଁ,୭।୬(ସ୍ବ.ପ୍ର.): ମାଛ ମାରିବାକୁ ନୂଆ କୌଶଳ ଆପଣେଇଛନ୍ତି କେତେଜଣ ଯୁବକ। ଜାଲ ବଦଳରେ ବିଦ୍ୟୁତ୍‌ କରେଣ୍ଟ ଦେଇ ବିନା ପରିଶ୍ରମ ଓ କମ୍‌ ଖର୍ଚ୍ଚରେ ମାଛ ମାରୁଛନ୍ତି। ଏଭଳି ଦୃଶ୍ୟ ନୟାଗଡ ଜିଲା ଓଡଗାଁ ବ୍ଲକ ଶରଧାପୁର ପଞ୍ଚାୟତ ଆମ୍ବରାପୁର କୁସୁମୀ ନଦୀରେ ଦେଖିବାକୁ ମିଳିଛି। ବେଆଇନ ଭାବେ ହୁକ ପକାଇ ସମ୍ପୃକ୍ତ ଯୁବକମାନେ ଏହି ବିପଜ୍ଜନକ କାର୍ଯ୍ୟ କରୁଥିଲେ ମଧ୍ୟ ଏଥିରେ ଲଗାମ ଲାଗିପାରୁ ନାହିଁ।

ପ୍ରାପ୍ତ ସୂଚନା ଅନୁସାରେ ୧୦ରୁ ୧୨ ଫୁଟର ଏକ ଶୁଖିଲା ବାଉଁଶ ଅଗରେ ଏକ ଲୁହାରଡ୍‌ ବନ୍ଧାଯାଉଛି। ୧୧ କେଭି ଓ ଏଲ୍‌ଟି ଲାଇନ୍‌ରେ ହୁକ ପକାଇ ଏହି ଲୁହା ରଡ୍‌ରେ ଏକ ଫେଜର ବିଦ୍ୟୁତ୍‌ ସଂଯୋଗ କରାଯାଉଛି। ଜଣେ ବ୍ୟକ୍ତି ପାଣି ଭିତରେ ୫ରୁ ୬ଫୁଟ ବ୍ୟବଧାନରେ ଠିିଆ ହୋଇ ବାଉଁଶ ଯୋଗେ ଲୁହାରଡ୍‌କୁ ପାଣି ଭିତରେ ପକାଉଛି। କିଛି ସମୟ ପରେ ମାଛ ଚେତାଶୂନ୍ୟ ହୋଇ ପାଣିରେ ଭାସୁଛନ୍ତି। ସେହି ସମୟରେ ବାଉଁଶ ଟେକିନେବା ପରେ ୫ରୁ ୬ଫୁଟ ଦୂରରେ ଥିବା ଅନ୍ୟ ସହଯୋଗୀମାନେ ମାଛ ଗୋଟାଉଛନ୍ତି। କିଛି ସମୟ ବ୍ୟବଧାନରେ ପୁଣି ସମାନ ତରିକାରେ ମାଛ ମରାଯାଉଛି। ଖବର ପାଇ ଓଡଗଁା ବିଦ୍ୟୁତ୍‌ ବିଭାଗ ଜେଇ ଓ ଓଡଗାଁ ପୋଲିସ ଆମ୍ବରାପୁର ନଦୀ ଅଞ୍ଚଳରେ ଚଢ଼ାଉ କରିଥିଲେ। ତେବେ ଏମାନେ ପହଞ୍ଚିବା ବେଳକୁ ମାଛଧରାଳିମାନେ ଫେରାର ହୋଇଯାଇଥିଲେ।

କରେଣ୍ଟ ଲଗାଇ ମାଛ ମାରିବାକୁ ନଦୀ କୂଳିଆ ଅଞ୍ଚଳର କେତେଜଣ ଲୋକ ପେଷା ଭାବେ ଆପଣେଇ ନେଇଛନ୍ତି। ଏଭଳି ବିପଜ୍ଜନକ କାର୍ଯ୍ୟ ଜିଲାର ବିଭିନ୍ନ ନଦୀରେ ଚାଲିଥିଲେ ମଧ୍ୟ ପ୍ରଶାସନ ପାଖରେ ଖବର ନାହିଁ। ଏ ନେଇ ଜଣେ ମାଛ ଧରାଳୀ ନିଜ ନଁା ଗୋପନ ରଖି କହିଛନ୍ତି, ନୟାଗଡ ପଣ୍ଡୁସରର କିଛି ଲୋକ ନଦୀରୁ ବିଦ୍ୟୁତ୍‌ କରେଣ୍ଟରେ ମାଛ ଧରୁଥିବା ଦେଖିବାକୁ ମିଳିଥିଲା। ସେହିପରି ଗୋଡିପଡା ଭାଲିଆଡିହି ଓ ପଞ୍ଚୁମୁର କେତେକ ଲୋକ ମଧ୍ୟ ମାଛ ଧରୁଥିଲେ। ବିଦ୍ୟୁତ୍‌ କରେଣ୍ଟ ଲଗାଇ କୁଇଣ୍ଟାଲ କୁଇଣ୍ଟାଲ ମାଛ ଧରାଯାଇ ପାରୁଛି। ଗାତ ଭିତରେ ଥିବା ମାଛ ଧରାଯାଉଛି। ପାଣିରେ ବିଦ୍ୟୁତ୍‌ କରେଣ୍ଟ ଲଗାଇଲେ ଗାତ ବାହାରକୁ ମାଛ ଚାଲି ଆସୁଛନ୍ତି। ପରେ ମାଛ ଗୋଟା ଯାଇଥାଏ। ତେବେ କରେଣ୍ଟ ସାହାଯ୍ୟରେ ମାଛ ମରାରେ ବିପଦ ନାହିଁ। ଯେଉଁ ଲୋକମାନେ ମାଛ ଧରୁଛନ୍ତି ସେମାନେ ଏ ନେଇ ତାଲିମ ପାଇଛନ୍ତି। ଶୁଖିଲା ବାଉଁଶରେ ଲୁହା ରଡ୍‌ ପକାଇବା ସ୍ଥାନଠାରୁ ୫ରୁ ୬ ଫୁଟ ଦୂରରେ ରହିଲେ କରେଣ୍ଟ ମାରିବ ନାହିଁ। ଯେଉଁ କରେଣ୍ଟ ମାରିବ ତାହା କେବଳ ଜଳଚର ଜୀବଙ୍କୁ କିଛି ସମୟ ପାଇଁ ବେହୋସ କରିଦିଏ। ଅନ୍ୟଜଣେ ମାଛଧରାଳି କହିଥିଲେ ଆମେ ମାଛ ଧରିବା ପାଇଁ କେତେକ ଲୋକଙ୍କୁ ଦେଶୀମାଛ ଭେଟି ଦେଉଛୁ। କେତେଜଣ ସରକାରୀ ବାବୁ ମଧ୍ୟ ନେଉଛନ୍ତି। ଏଣୁ ଚଢ଼ାଉ ପୂର୍ବରୁ ଆମକୁ ସୂଚନା ମିଳିଯାଏ। ସ୍ଥାନୀୟ ଲୋକେ ବିରୋଧ କରନ୍ତି ନାହିଁ। ଯଦି କେଉଁଠି ବିରୋଧ ହୁଏ ତେବେ ଆମେ କିଛି ମାଛ ଦେଇ ସେମାନଙ୍କୁ ଚୁପ୍‌ କରିଦେଉ। ଆମକୁ ବିନା ମୂଲ୍ୟରେ ଦେଶୀମାଛ ମିଳେ। ପୁଣି ଦେଶୀମାଛର ଚାହିଦା ଥିବାରୁ ଭଲ ଲାଭ ମିଳେ। ଏଣୁ ଅନେକେ ଏହାକୁ ରୋଜଗାରର ମାଧ୍ୟମ କରିସାରିଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri