ବିପଜ୍ଜନକ ଅବସ୍ଥାରେ ଗ୍ରାମ୍ୟ ଉନ୍ନୟନ ରାସ୍ତା

ରତ୍ନଗିରି,୧୩ା୮(ଡି.ଏନ୍‌.ଏ.)- ବରୀ-ବାଲିବିଲ ଗ୍ରାମ୍ୟ ଉନ୍ନୟନ ବିଭାଗର ଗାନ୍ଧୀଛକଠାରୁ ବଣ ବାବାଜୀ କାଇପଡା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡିଛି। ଏହି ରାସ୍ତାଦେଇ ଦୁଧେଇ ସେତୁର ନିର୍ମାଣ ପାଇଁ ଠିକାଦାର ମାଟି ନେଉଥିବାରୁ ରାସ୍ତାରେ ମାଟି ଗଦା ହେଉଛି। ଫଳରେ ରବିବାର ଲଗାଣ ବର୍ଷାରେ ରାସ୍ତା କାଦୁଅ ହୋଇଯାଇଥିବାରୁ ଯାତାୟାତ କ୍ଷେତ୍ରରେ ବହୁ ଅସୁବିଧା ଦେଖାଦେଉଛି। ସୋମବାର ସ୍ଥାନୀୟ କ୍ଷେମେଶ୍ୱର ଗ୍ରାମର ଜଣେ ବ୍ୟକ୍ତି ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବାଇକ୍‌ରେ ପରିବାର ଲୋକଙ୍କୁ ଚିକିତ୍ସା କରିବାକୁ ନେଇ ଗଲାବେଳେ ରାସ୍ତା ଉପରେ ପଡି ଗୁରୁତର ହୋଇଥିବା ଜଣାପଡିଛି। ଏହି ରାସ୍ତା ଦେଇ ଅନ୍ୟାସିପୁର, କଳାମାଟିଆ, କ୍ଷେମେଶ୍ୱର, କୋରଡା ପିପଲ, ଅଣିକଣା, ବେଞ୍ଜରାପୁର, ଢିଅସାହି ପ୍ରଭୁତି ରାଜସ୍ବ ଗ୍ରାମର ଲୋକମାନେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବରୀବ୍ଲକ କାର୍ଯ୍ୟାଳୟକୁ ଯାତାୟାତ କରିଥାନ୍ତି। ବିଶେଷକରି ଛାତ୍ରୀଛାତ୍ର ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ, କାଦମ୍ବିପାଳ ମହିଳା ମହାବିଦ୍ୟାଳୟ, କନକଦୂର୍ଗା ବିଦ୍ୟାପୀଠ, ବିବେକାନନ୍ଦ ଶିକ୍ଷାକେନ୍ଦ୍ରକୁ ଯାତାୟାତ ପାଇଁ ଉକ୍ତ ରାସ୍ତା ଉପରେ ନିର୍ଭର କରିଥାନ୍ତି। ରାସ୍ତାର ସମସ୍ୟା ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଅବଗତ କରିଛନ୍ତି। ହେଲେ ମାଟି ଉଠାଯାଇ ନ ଥିବାରୁ ଏଭଳି ସମସ୍ୟା ହେଉଥିବା ଗ୍ରାମବାସୀ କହିଛନ୍ତି। ଏ ସମ୍ପର୍କରେ ଗ୍ରାମ ୍ୟଉନ୍ନୟନ ବିଭଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ବଳଙ୍କୁ ପଚାରିବାରୁ, ଖୁବ୍‌ଶୀଘ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ରାସ୍ତା ସଫା କରାଯିବ ବୋଲି କହିଛନ୍ତି।
ଫଟୋ-