ବିନା ହେଲମେଟରେ ରାଲି, ଗଣିବେ ଜରିମାନା

ଭୁବନେଶ୍ୱର,୮।୧(ବ୍ୟୁରୋ): କେନ୍ଦ୍ର ଟ୍ରେଡ୍‌ ୟୁନିୟନର ଆହ୍ବାନ କ୍ରମେ ୧୨ ଦଫା ଦାବିlରେ ବୁଧବାର ରାଜ୍ୟରେ ଭାରତ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦକୁ କଂଗ୍ରେସ ସମେତ ଅନ୍ୟ କେତେକ ସଂଗଠନ ସମର୍ଥନ କରିଥିବା ବେଳେ ସକାଳୁ ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସ ଓ ଟ୍ରେଡ୍‌ ୟୁନିୟନର ଆଞ୍ଚଳିକ ଶାଖାର କର୍ମକର୍ତ୍ତାମାନେ ବାଇକ୍‌ ରାଲି କରିଥିଲେ। ତେବେ ବିନା ହେଲମେଟରେ ରାଲି ପାଇଁ ଜରିମାନା ଆଦାୟ କରାଯିବ। ସିସିଟିଭି ଫୁଟେଜ ଆଧାରରେ ଜରିମାନା କରାଯିବ ବୋଲି ଟ୍ରାଫିକ୍‌ ଡିସିପି କହିଛନ୍ତି।
ପ୍ରକାଶଯୋଗ୍ୟ, ବିଜେଡି ପ୍ରତିଷ୍ଠା ଦିବସରେ ଦଳର ଅନେକ ନେତା ଓ କର୍ମୀ ବାଇକ୍‌ରେ ବିନା ହେଲମେଟରେ ରାଲି କରିଥିଲା। ଏହା ଉପରେ ପ୍ରଶ୍ନ ଉଠବା ପରେ ଦଳର କର୍ମୀମାନେ ୨୫ହଜାର ଜରିମାନା ଗଣିଥିଲେ।