Categories: ଜାତୀୟ

ବିନା ଯୁଦ୍ଧରେ ଏକ ବର୍ଷ ମଧ୍ୟରେ ଭାରତକୁ ମିଳିଯିବ ପିଓକେ: ସତ୍ୟପାଲ୍‌ ମଲିକ୍‌

ଶ୍ରୀନଗର,୧୯।୯: ବିନା ଯୁଦ୍ଧରେ ଭାରତକୁ ଏକ ବର୍ଷ ମଧ୍ୟରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ମିଳିଯିବ। ଏନେଇ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ୍‌ ଏକ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି। ସରକାର ଜମ୍ମୁ-କଶ୍ମୀରରେ ବିକାଶ କାର୍ଯ୍ୟ ଜାରି ରଖିଲେ ଏହାର ସକାରାତ୍ମକ ପ୍ରଭାବ ପିଓକେ ବାସିନ୍ଦାଙ୍କ ଉପରେ ପଡ଼ିବ। ସେମାନେ ବିଦ୍ରୋହ କରି ଭାରତୀୟ ଭାବେ ଭାରତରେ ମିଶିବାକୁ ଦାବି କରିବେ। ଏପରି ହେଲେ ଭାରତକୁ ଆଉ ଏଥି ପାଇଁ ପାକିସ୍ତାନ ସହିତ ଯୁଦ୍ଧ କରିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ଯଦି ଭାରତ ପିଓକେ ନେବାକୁ ଚାହୁଁଛି ତେବେ ଜମ୍ମୁ-କଶ୍ମୀରରେ ବିକାଶ ମୂଳକ କାର୍ଯ୍ୟକୁ ପ୍ରାଥମିକତା ଦେବାକୁ ପଡ଼ିବ ବୋଲି ରାଜ୍ୟପାଳ କହିଛନ୍ତି।

Share