ବିନା ମେକ୍‌ଅପ୍‌ର ଫଟୋକୁ ଦେଖି କ’ଣ କହିଲେ ୟୁଜର୍ସ

ମୁମ୍ବାଇ: ନିଜର ସୋନ୍ଦର୍ଯ୍ୟ ଓ ଜିରୋ ଫିଗର ପାଇଁ ବି ଟାଉନରେ ସବୁବେଳେ ଚର୍ଚ୍ଚା ସାଉଁଟୁଥିବା ବଲିଉଡ୍‌ର ବେବୋ ଏବେ ୟୁଜର୍ସଙ୍କ ଟ୍ରୋଲର ଶୀକାର ହୋଇଛନ୍ତି। କିଏ ତାଙ୍କୁ ବୁଢ଼ୀ କହିଥିବା ବେଳେ କିଏ ତାଙ୍କୁ ଆଣ୍ଟି ବୋଲି ସମ୍ବୋଧନ କରି ସମାଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ଅଭିନେତ୍ରୀ କରୀନା କପୁର ଖାନ ସ୍ବାମୀ ସୈଫ ଅଲ୍ଲୀ ଖାନ ଓ ପୁଅ ତୈମୁରଙ୍କ ସହ ଏବେ ଲଣ୍ଡନରେ ସମୟ ବିତାଉଛନ୍ତି। ଲଣ୍ଡନରେ ସୈଫ ନିଜର ଅପ୍‌ କମିଂ ଫିଲ୍ମ ‘ଜଓ୍ବାନୀ ଜାନେମନ’ର ଶୁଟିଂରେ ବ୍ୟସ୍ତ ଥିବା ବେଳେ କରୀନା ଡ୍ୟାନ୍ସ ରିୟଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ପାଇଁ ମୁମ୍ବାଇରେ ବ୍ୟସ୍ତ ରହୁଛନ୍ତି। ଏଥିପାଇଁ କରୀନାଙ୍କୁ ପ୍ରାୟ ସମୟ ମୁମ୍ବାଇରୁ ଲଣ୍ଡନକୁ ଟ୍ରାଭେଲ କରିବାକୁ ପଡୁଛି। ଏହାରି ଭିତରେ ବେବୋଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଫଟୋଟିରେ କରୀନା ବିନା ମେକ୍‌ଅପ୍‌ରେ ନଜର ଆସିଥିବା ବେଳେ ବହୁ ୟୁଜର୍ସଙ୍କୁ ଏହାକୁ ନାପସନ୍ଦ କରିଛନ୍ତି। ଏହାକୁ ନେଇ ୟୁଜର୍ସ ଟ୍ରୋଲ କରିବା ସହ ଲେଖିଛନ୍ତି, ଆପଣ ବୁଢ଼ୀ ହୋଇଗଲେଣି, ପୂର୍ବ ଭଳି ଆଉ ସେ ଚମକ ନାହିଁ। ସେହିପରି ଅନ୍ୟମାନେ ମଧ୍ୟ ତାଙ୍କୁ କମେଣ୍ଟ କରି ଲେଖିଛନ୍ତି, ବୁଦ୍ଧାବସ୍ଥା ଆସିଗଲାଣି ଡାଇଟିଂ ବନ୍ଦ କର, ପୂରା ଆଣ୍ଟି ଲାଗୁଛ। କିଛି ଏଭଳି ଲେଖି କରୀନାଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଥିବା ଦେଖିବାକୁ ମିଳିଛି।

Share