ବିନା ମାସ୍କଧାରୀଙ୍କଠାରୁ ଜରିମାନା ଆଦାୟ

ଭଣ୍ଡାରିପୋଖରୀ,୩।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ପୋଲିସ ମଙ୍ଗଳବାର ଅପରାହ୍ନରେ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାସ୍କ ପିନ୍ଧି ନ ଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିଛି। ଥାନାଧିକାରୀ ସନାତନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଏଏସ୍‌ଆଇ ଗୌରମଣି ସିଂ ଓ ଅନ୍ୟ ଥାନା କର୍ମଚାରୀ ବ୍ଲକର ଛତାବର, ଭଣ୍ଡାରିପୋଖରୀ ବଜାର, ପାର୍ବତୀରେ ଚଢ଼ାଉ କରି ୬ ଜଣ ବିନା ମାସ୍କଧାରୀଙ୍କଠାରୁ ୩,୦୦୦ ଟଙ୍କା ଆଦାୟ କରିଛନ୍ତି।