ବିନା ମାସ୍କରେ ଧରାପଡ଼ିଲେ ୨୬୯

ଭୁବନେଶ୍ୱର,୨୧ା୪ (ବ୍ୟୁରୋ): ସୋମବାରଠାରୁ କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ଲକ୍‌ଡାଉନ୍‌ ନିୟମରେ କୋହଳ କରାଯାଇଛି। ସେମାନେ ଆଇକାର୍ଡ ଦେଖାଇ ଅଫିସ୍‌ ଯାଉଛନ୍ତି। ପୂର୍ବଦିନ ଭଳି ପୋଲିସ ଏତେଟା କଡ଼ାକଡ଼ି ଚେକିଂ କରିନଥିଲା। ଏହାର ସୁଯୋଗ ନେଇ କେତେକ ଅମାନିଆ ସହର ଭିତରେ ବୁଲୁଥିଲେ। ଅନେକ ସ୍ଥାନରେ ପୋଲିସ ଚେକିଂ ସମୟରେ ଏହି ଅମାନିଆମାନେ ପୋଲିସ ହାତରେ ଧରାପଡ଼ି ଫାଇନ୍‌ ଦେଇଛନ୍ତି। ଟ୍ବିନ୍‌ସିଟିରେ ସୋମବାର ୮୯୯ ଜଣ ଅମାନିଆଙ୍କ ବାଇକ ଜବତ କରାଯାଇ ୫ଶହ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି। ମାସ୍କ ନ ପିନ୍ଧି ବାଇକରେ ଯାଉଥିବା ୨୬୯ ଜଣ ପୋଲିସ ହାତରେ ଧରାପଡି ଫାଇନ୍‌ ଦେଇଛନ୍ତି।