ବିନା ପକ୍ଷପାତରେ ସହାୟତା ଦିଅ

ନାଗପୁର,୨୭ା୪(ପି.ଟି.): ଦେଶ କରୋନା ମହାମାରୀର ସମ୍ମୁଖୀନ ହୋଇଥିବାବେଳେ ପରିସ୍ଥିତିର ସୁଯୋଗ ନେବାକୁ ଉଦ୍ୟମ କରୁଥିବା ରାଷ୍ଟ୍ରସ୍ବାର୍ଥ ବିରୋଧୀ ଶକ୍ତିକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସତର୍କ କରାଇଦେଇଛନ୍ତି। କରୋନା ଏବଂ ଲକ୍‌ଡାଉନ ଯୋଗୁ ପ୍ରଭାବିତ ହୋଇଥିବା ଲୋକଙ୍କୁ ବିନା ପକ୍ଷପାତରେ ସହାୟତା କରିବାକୁ ସେ ଆହ୍ବାନ ଦେବା ସହ ଆତ୍ମନିର୍ଭରଶୀଳ ଅର୍ଥନୀତିର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଯଥାସମ୍ଭବ ଅଧିକରୁ ଅଧିକ ସ୍ବଦେଶୀ ଦ୍ରବ୍ୟ ବ୍ୟବହାର ଲାଗି ସେ ପରାମର୍ଶ ଦେଇଥିଲେ। ରବିବାର ଅନ୍‌ଲାଇନ ଯୋଗେ ଆର୍‌ଏସ୍‌ଏସ୍‌ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ସେ ଧୈର୍ଯ୍ୟ ଧରିବା ଓ ଶାନ୍ତ ହେବା ଲାଗି ପରାମର୍ଶ ଦେଇଥିଲେ। ତବଲିଘି ଜମାତ୍‌ ଘଟଣାକୁ ଲକ୍ଷ୍ୟ କରି ଭାଗବତ କହିଥିଲେ, କିଛି ଲୋକ ସୁଯୋଗର ଅପବ୍ୟବହାର କରୁଛନ୍ତି।

Share