ବିନା ଟ୍ରାଏଲ୍‌ ପ୍ରତିଷେଧକ ଟୀକାର ଉତ୍ପାଦନ ମେ ମାସରୁ: ଭାରତରେ ୧୦୦୦ ଟଙ୍କାରେ ମିଳିବ

ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମଣ ନେଇ ଭାରତରେ ସ୍ଥିତି ଧୀରେ ଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ପୁଣେ ସ୍ଥିତ କମ୍ପାନୀ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ କରୋନା ପ୍ରତିଷେଧକ ଟୀକାର କ୍ଲିନିକାଲ ଟ୍ରାଏଲ୍‌ ଏବଂ ଉତ୍ପାଦନ ମେ ମାସଠାରୁ ଆରମ୍ଭ କରିବା ଲାଗି ଯୋଜନା କରିଛି। ଏହି ପ୍ରତିଷେଧକ ଟୀକା ଭାରତରେ ୧୦୦୦ଟଙ୍କାରେ ମିଳିବ। ଦେଶରେ କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ପ୍ରତିଷେଧକ ଟୀକାର ଉତ୍ପାଦନ ବିନା ଟ୍ରାଏଲ୍‌ରେ କରାଯିବ ବୋଲି ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କୁହାଯାଇଛି। ଏପରି କରିବା ଅନୁଚିତ ହେଲେ ମଧ୍ୟ ଦେଶର ସାମ୍ପ୍ରତିକ ସ୍ଥିତି ଅନୁସାରେ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି କମ୍ପାନୀର ସିଇଓ ଅଦାର ପୁନାଓ୍ବାଲା ସୂଚନା ଦେଇଛନ୍ତି।

Share