ବିନା ଗଡ଼ଫାଦରରେ ବଲିଉଡ୍‌ରେ ପରିଚିତି…

ମୁମ୍ବାଇ, ୨୪।୬: ବଲିଉଡ୍‌ରେ ବହୁ ଅଭିନେତା ବଂଶବାଦ ଦ୍ୱାରା ପରିଚିତି ହାସଲ କରିଥିବାବେଳେ ଏଭଳି କେତେକ ଷ୍ଟାର ଅଛନ୍ତି ଯେଉଁମାନେ କୌଣସି ଗଡ଼ଫାଦରଙ୍କ ସହାୟତା ବିନା ନିଜର ସ୍ବତନ୍ତ୍ର ଖ୍ୟାତି ସୃଷ୍ଟି କରିପାରିଛନ୍ତି। ସେସବୁ ଷ୍ଟାରଙ୍କ ମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କ ନାମ ମଧ୍ୟ ରହିଛି। ତେବେ ଏବେ ପ୍ରଶଂସକଙ୍କ ପାଖରେ କେବଳ ତାଙ୍କର ସ୍ମୃତି ହିଁ ରହିଯାଇଛି। ଅନ୍ୟ ଷ୍ଟାରଙ୍କ ମଧ୍ୟରେ ରହିଛନ୍ତି କିଙ୍ଗ୍‌ ଖାଁ ଶାହରୁଖ୍‌, ଅକ୍ଷୟ କୁମାର, ଆୟୁଷ୍ମାନ ଖୁରାନା ଆଦିଙ୍କ ନାମ। ଶାହରୁଖ ଖାଁ ଟଭି ସିରିଏଲ୍‌ ଫୌଜି ଏବଂ ସର୍କସରୁ ଅଭିନୟ ଆରମ୍ଭ କରି ବଲିଉଡ୍‌ରେ ପାଦ ଥାପିଥିଲେ। ତାଙ୍କର ଅଭିନୟ ଦକ୍ଷତା ଯୋଗୁ ସେ ବଲିଉଡ୍‌ରେ ତିଷ୍ଠି ରହିଛନ୍ତି। ସେହିପରି ଅକ୍ଷୟ କୁମାର ମଧ୍ୟ ବହୁ ସଂଘର୍ଷ ପରେ ନିଜର ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିପାରିଛନ୍ତି। ଅପରପକ୍ଷରେ ଆୟୁଷ୍ମାନ ଖୁରାନା ମଧ୍ୟ ନିଜର ନିଖୁଣ ଅଭିନୟ ଯୋଗୁ ବିନା ଗଡ଼ଫାଦରରେ ବଲିଉଡ୍‌ରେ ଖ୍ୟାତି ହାସଲ କରି ପାରିଛନ୍ତି।

Share