Categories: ଫୁରସତ

ବିନା ଖାଦ୍ୟରେ ୭ ବର୍ଷ ବଞ୍ଚିପାରେ ଏହି ଜୀବ

ବିଶ୍ୱରେ ଅନେକ ପ୍ରକାର ଜୀବ ରହିଛନ୍ତି। କିଛି ଜୀବ ବିନା ପାଣିରେ ଦୀର୍ଘଦିନ ଧରି ବଞ୍ଚୁଥିବା ବେଳେ କିଛି ଜୀବ ବିନା ଖାଦ୍ୟରେ ବଞ୍ଚିପାରନ୍ତି। ଏପରି ଏକ ଜୀବ ହେଉଛି ଝିଟିପିଟି। ବିନା ଖାଦ୍ୟରେ ଏହା ଦିନେ କି ଦୁଇ ଦିନ ନୁହେଁ, ୭ ବର୍ଷ ଧରି ବଞ୍ଚିପାରନ୍ତି। ଦକ୍ଷିଣପୂର୍ବ ୟୁରୋପ ଦେଶର ବୋସ୍‌ନିୟା ଏବଂ ହର୍ଜିଗୋବିନାରେ ପାଣି ଭିତରେ ସୈଲାମଣ୍ଡର ଜାତୀୟ ଏକ ଝିଟିପିଟି ଦେଖିବାକୁ ମିଳିଥାଏ। ଏଠାରେ ଏକ ଝିଟିପିଟି ୭ ବର୍ଷରୁ ଅଧିକ ସମୟ ଥିଲେ ମଧ୍ୟ ଟିକେ ବି ଘୁଞ୍ଚି ନ ଥିଲା। ବୈଜ୍ଞାନିକଙ୍କ ଅନୁସାରେ, ଏହି ଜୀବର ତ୍ୱଚା ଏବଂ ଅବିକଶିତ ଆଖିତ୍ ଏହାକୁ ଅନ୍ଧ କରିଦିଏ। ଏହି କାରଣରୁ ଏହି ଜୀବଟି ନିଜ ସ୍ଥାନରୁ ଘୁଞ୍ଚି ନ ଥାଏ। କୌଣସି ଜୀବନ ନିଜ ସ୍ଥାନରୁ ନ ଘୁଞ୍ଚିବା ସାଧାରଣ କଥା ବି ନୁହେଁ। ଏହି ଜୀବ ପୂରା ଜୀବନ ପାଣି ଭିତରେ ବିତାଇଥାଏ। ସୈଲାମେଣ୍ଡର ନାମକ ଝିଟିପିଟି ୧୨ ବର୍ଷ ପରେ ନିଜ ସାଥୀ ଖୋଜିବାକୁ ସ୍ଥାନ ବଦଳାଇଥାଏ।
ହଙ୍ଗେରିୟାନ୍‌ ନ୍ୟାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ୍‌ର ଜ୍ୟୁଡିଟି ବୋରସ୍‌ଙ୍କ ଅନୁସାରେ, ପୂର୍ବରୁ ଏମିତି ଜୀବର କଳ୍ପନା କରାଯାଇଥିଲା। ଏହା ଅତ୍ୟଧିକ ବର୍ଷା ଯୋଗୁ ବାହାରକୁ ଆସିବା ପରେ ଦେଖିବାକୁ ମିଳିଥିଲା। ଏହା ଗୁମ୍ଫା ଭିତରେ ରହିଥାଏ।

Share