Categories: ଫୁରସତ

ବିନା କୋଚିଂରେ ୮ଘଣ୍ଟା ଡ୍ୟୁଟି ପରେ ୫ ଘଣ୍ଟା ପାଠପଢ଼ି ସିଭିଲ୍‌ ସର୍ଭିସ୍‌ ମେନ୍‌ରେ ସଫଳତା ପାଇଲେ ବସ୍‌ କଣ୍ଡକ୍ଟର

ବେଙ୍ଗାଲୁରୁ,୨୯।୧: ଏକନିଷ୍ଠ ଭାବେ କର୍ତ୍ତବ୍ୟ କରିରେ ଶେଷରେ ସଫଳତା ହିଁ ମିଳିଥାଏ। ଏହାକୁ କାର୍ଯ୍ୟରେ କରି ବେଙ୍ଗାଲୁରୁର ଜଣେ ବସ୍‌ କଣ୍ଡକ୍ଟର ଦେଖାଇଛନ୍ତି। ସେ କଣ୍ଡକ୍ଟର ଭାବେ ୮ ଘଣ୍ଟା ଡ୍ୟୁଟି କରିବା ପରେ ଘରେ ଆସି ୫ ଘଣ୍ଟା ପାଠ ପଢୁଥିଲେ। ଏବେ ସେ ସିଭିଲ୍‌ ସର୍ଭିସ୍‌ ମେନ୍‌ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ୨୫ ମାର୍ଚ୍ଚରେ ସେ ସାକ୍ଷାତ୍‌କାର ପରୀକ୍ଷା ଦେବେ। ଏହି ୨୯ ବର୍ଷ ବୟସ୍କ ଯୁବକ ଜଣକ ହେଉଛନ୍ତି ମଧୁ ଏନ୍‌.ସି.। ସେ ମେନ୍‌ ପରୀକ୍ଷାରେ ଇଛାଧୀନ ବିଷୟ ଭାବେ ପଲ୍ଟିକାଲ ସାଇନ୍ସ୍‌ ଏବଂ ଇଣ୍ଟରନ୍ୟାସନାଲ୍‌ ରିଲେଶନ୍‌ ରଖିଥିଲେ। କଠିନ ପରିଶ୍ରମ ଯୋଗୁ ତାଙ୍କୁ ଏହି ସଫଳତା ମିଳିଥିବା ସେ କହିଛନ୍ତି।

Share