ବିନା ଔଷଧରେ ପିଠି ଯନ୍ତ୍ରଣାରୁ ମୁକ୍ତି ପାଇଁ କରନ୍ତୁ ଏପରି …

ନୂଆଦିଲ୍ଲୀ: ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଶୋଇବାରେ ଅସାବଧାନତା ଯୋଗୁ କେତେକଙ୍କଠାରେ ପିଠି ଯନ୍ତ୍ରଣା ସମସ୍ୟା ଦେଖାଦେଇଥାଏ। ଏଥିରୁ ମୁକ୍ତି ପାଇବା ଲାଗି କେହିକେହି ନାନା ପ୍ରକାର ପେନ୍‌ କିଲର୍‌ ବ୍ୟବହାର କରିଥାନ୍ତି। ମାତ୍ର ବିନା ଔଷଧରେ କେତେକ ଘରୋଇ ଉପାୟରେ ପିଠି ଯନ୍ତ୍ରଣା ସହଜରେ ଦୂର ହୋଇପାରିଥାଏ। ଯନ୍ତ୍ରଣା ହେଉଥିବା ସ୍ଥାନରେ ସୈନ୍ଧବ ଲବଣକୁ ଏକ କନାପୁଡ଼ିଆରେ ବାନ୍ଧି ଉଷୁମ କରି ସେକ ଦେଲେ କିଛି ସମୟ ମଧ୍ୟରେ ଏଥିରୁ ମୁକ୍ତି ମିଳିଥାଏ। ସେହିପରି ଉଷୁମ ପାଣି ସେକ ଏବଂ ବରଫ ଲଗାଇଲେ ମଧ୍ୟ ସୁଫଳ ମିଳେ। ଯନ୍ତ୍ରଣା ହେଉଥିବା ସ୍ଥାନରେ ରସୁଣ ଫୁଟା ଉଷୁମ ତେଲ ମାଲିସ କଲେ କିଛି ସମୟ ମଧ୍ୟରେ ଆରାମ ଲାଗିଥାଏ। ପ୍ରତିଦିନ କିଛି ସମୟ ବ୍ୟାୟାମ କଲେ ଏଭଳି ସମସ୍ୟା ହୋଇ ନ ଥାଏ ଚିକିତ୍ସକ ପରାମର୍ଶ ଦେଇଥାନ୍ତି।