ବିନା ଅଟକଳରେ ଚାଲିଛି ପୌରପାଳିକା

ଅନୁଗୋଳ ଅଫିସ, ୧୫।୭: ୨୦୧୯-୨୦ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ପ୍ରାୟ ୪ ମାସ ହେଲାଣି। ହେଲେ ଏ ଯାଏ ଅନୁଗୋଳ ପୌରପାଳିକା ତାର ବଜେଟ ପ୍ରସ୍ତୁତ କରିପାରିନି। ବିନା ଅଟକଳରେ ପୌର ପ୍ରଶାସନ ଏତେ ଦିନ ହେଲା ଅର୍ଥ ଖର୍ଚ୍ଚ କରିଚାଲିଥିଲେ ହେଁ ଆୟବ୍ୟୟର ହିସାବ ରଖାଯାଉ ନ ଥିବା ଭଳି ଅଭିଯୋଗ କରିଛନ୍ତି ସହରବାସୀ। ଆର୍ଥିକ ବର୍ଷ ପାଇଁ ଅଟକଳ ପ୍ରସ୍ତୁତ କରିବା ସହ ରାଜ୍ୟ ସରକାରଙ୍କୁ ଏ ବାବଦରେ ଜଣାଇବା ପାଇଁ ନିୟମ ଥିଲେ ମଧ୍ୟ ପୌରପାଳିକା ଏହି ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଉଠିଛି।
ସୂଚନା ମୁତାବକ, ଗତ ଆର୍ଥିକ ବର୍ଷରେ ପୌର ପ୍ରଶାସନ ୨୧ କୋଟି ଟଙ୍କାର ଆୟବ୍ୟୟ ଅଟକଳ ପ୍ରସ୍ତୁତ କରିଥିଲା। ହେଲେ ଚଳିତ ଆର୍ଥତ୍କ ବର୍ଷରେ କୌଣସି ବଜେଟ ନ କରାଯାଇ ଟଙ୍କା ବ୍ୟୟ ଚାଲିଛି। କେଉଁ କ୍ଷେତ୍ରରେ କେତେ ଖର୍ଚ୍ଚ ହେବ ତାହାର ଖସଡା ମଧ୍ୟ ପ୍ରସ୍ତୁତ କରାଯାଇନାହିଁ। ଗତ ୪ ମାସରେ ପୌରପାଳିକା ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ କରିସାରିଥିବା ନିର୍ବାହୀ ଅଧିକାରୀଙ୍କ ସୂଚନାରୁ ଜଣାପଡିଛି। ଏପରି କି ଆୟ ବ୍ୟୟ ଅଟକଳ ବିନା ପୌରପାଳିକା ପାଣ୍ଠିରୁ ଟଙ୍କାଟିଏ ବି ଖର୍ଚ୍ଚ କରିପାରିବ ନାହିଁ। ନିୟମ କହୁଛି, ଆର୍ଥିକ ବର୍ଷ ଶେଷ ହେବାର ଗୋଟିଏ ମାସ ପୂର୍ବରୁ ଅର୍ଥାତ ଫେବୃୟାରୀ ଶେଷ ସୁଦ୍ଧା ଆୟ ବ୍ୟୟ ଅଟକଳ ହେବା କଥା। ଏହାପରେ ଉକ୍ତ ଫାଇଲ ନିର୍ବାହୀ ଅଧିକାରୀଙ୍କ ନିକଟକୁ ପଠାଯିବ। ପରେ କାଉନସିଲର ବା ପୌର ପ୍ରଶାସକଙ୍କ ନିକଟରୁ ଅନୁମୋଦନ ମିଳିବା ପରେ ପୌରପାଳିକା ପାଣ୍ଠିରୁ ଟଙ୍କା ଖର୍ଚ୍ଚ ହୋଇପାରିବ। ଯଦି ଫାଇଲ ମଞ୍ଜୁର ନ ହୁଏ ତେବେ କେବଳ ଅତ୍ୟାବଶ୍ୟକ ସ୍ଥଳେ ପୌରପାଳିକା ଟଙ୍କା ଖର୍ଚ୍ଚ କରିପାରିବ। ଏପରିକି କର୍ମଚାରୀଙ୍କୁ ଦରମା ପ୍ରଦାନ ପାଇଁ ମଧ୍ୟ ଏହି ଅଟକଳ ଜରୁରୀ। ଅନ୍ୟପକ୍ଷରେ ଯେଉଁ ଅଧିକାରୀ ଆୟବ୍ୟୟ ଅଟକଳ ବିନା ଟଙ୍କା ଖର୍ଚ୍ଚ କରିବେ ତାଙ୍କ ନିକଟରୁ ଆବଶ୍ୟକ ପଡ଼ିଲେ ଟଙ୍କା ମଧ୍ୟ ଆଦାୟ କରିବାକୁ ମଧ୍ୟ ନିୟମ ରହିଛି। କିନ୍ତୁ ଚଳିତ ଆର୍ଥତ୍କ ବର୍ଷରେ ଅନୁଗୋଳ ପୌରପାଳିକାରେ ସେପରି କିଛି ହୋଇ ନ ଥିବା ଘଟଣା ସାମ୍‌ନାକୁ ଆସିଛି।
ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା କହିଛନ୍ତି, ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ବଜେଟ ତିଆରି ହୋଇପାରିନି। ଗୃହ ଓ ନଗର ଉନ୍ନୟନ ବିଭାଗ ବଜେଟ ପ୍ରସ୍ତୁତ କରିବା ପାଇଁ ପୂର୍ବରୁ କହିବା କଥା। କିନ୍ତୁ ଏ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ପୌରପାଳିକାକୁ କିଛି ଅବଗତ କରାଯାଇନାହିଁ। ୪ ମାସ ମଧ୍ୟରେ ପୌରପାଳିକା କର୍ମଚାରୀଙ୍କ ଦରମା, ପରିମଳ ଓ ଉନ୍ନୟନ କାର୍ଯ୍ୟ ପାଇଁ ଅଢେଇରୁ ୩ କୋଟି ଟଙ୍କା ଖର୍ଚ୍ଚ କରିସାରିଛି। ଚଳିତ ବର୍ଷର ବଜେଟ କେତେ ରହିବ ତାହା ସରକାରଙ୍କୁ ଜଣାଇବୁ। ଏ ନେଇ ଜିଲାପାଳ ତଥା ପୌର ପ୍ରଶାସକ ମନୋଜ କୁମାର ମହାନ୍ତି କହିଛନ୍ତି, ଏପରି ହେବା କଥା ନୁହେଁ। କେଉଁ କାରଣରୁ ତ୍ରୁଟି ହୋଇଛି ତାହାର ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri