ବିନା ଅଟକଳରେ ଚାଲିଛି ପୌରପାଳିକା

ଅନୁଗୋଳ ଅଫିସ, ୧୫।୭: ୨୦୧୯-୨୦ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ପ୍ରାୟ ୪ ମାସ ହେଲାଣି। ହେଲେ ଏ ଯାଏ ଅନୁଗୋଳ ପୌରପାଳିକା ତାର ବଜେଟ ପ୍ରସ୍ତୁତ କରିପାରିନି। ବିନା ଅଟକଳରେ ପୌର ପ୍ରଶାସନ ଏତେ ଦିନ ହେଲା ଅର୍ଥ ଖର୍ଚ୍ଚ କରିଚାଲିଥିଲେ ହେଁ ଆୟବ୍ୟୟର ହିସାବ ରଖାଯାଉ ନ ଥିବା ଭଳି ଅଭିଯୋଗ କରିଛନ୍ତି ସହରବାସୀ। ଆର୍ଥିକ ବର୍ଷ ପାଇଁ ଅଟକଳ ପ୍ରସ୍ତୁତ କରିବା ସହ ରାଜ୍ୟ ସରକାରଙ୍କୁ ଏ ବାବଦରେ ଜଣାଇବା ପାଇଁ ନିୟମ ଥିଲେ ମଧ୍ୟ ପୌରପାଳିକା ଏହି ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଉଠିଛି।
ସୂଚନା ମୁତାବକ, ଗତ ଆର୍ଥିକ ବର୍ଷରେ ପୌର ପ୍ରଶାସନ ୨୧ କୋଟି ଟଙ୍କାର ଆୟବ୍ୟୟ ଅଟକଳ ପ୍ରସ୍ତୁତ କରିଥିଲା। ହେଲେ ଚଳିତ ଆର୍ଥତ୍କ ବର୍ଷରେ କୌଣସି ବଜେଟ ନ କରାଯାଇ ଟଙ୍କା ବ୍ୟୟ ଚାଲିଛି। କେଉଁ କ୍ଷେତ୍ରରେ କେତେ ଖର୍ଚ୍ଚ ହେବ ତାହାର ଖସଡା ମଧ୍ୟ ପ୍ରସ୍ତୁତ କରାଯାଇନାହିଁ। ଗତ ୪ ମାସରେ ପୌରପାଳିକା ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ କରିସାରିଥିବା ନିର୍ବାହୀ ଅଧିକାରୀଙ୍କ ସୂଚନାରୁ ଜଣାପଡିଛି। ଏପରି କି ଆୟ ବ୍ୟୟ ଅଟକଳ ବିନା ପୌରପାଳିକା ପାଣ୍ଠିରୁ ଟଙ୍କାଟିଏ ବି ଖର୍ଚ୍ଚ କରିପାରିବ ନାହିଁ। ନିୟମ କହୁଛି, ଆର୍ଥିକ ବର୍ଷ ଶେଷ ହେବାର ଗୋଟିଏ ମାସ ପୂର୍ବରୁ ଅର୍ଥାତ ଫେବୃୟାରୀ ଶେଷ ସୁଦ୍ଧା ଆୟ ବ୍ୟୟ ଅଟକଳ ହେବା କଥା। ଏହାପରେ ଉକ୍ତ ଫାଇଲ ନିର୍ବାହୀ ଅଧିକାରୀଙ୍କ ନିକଟକୁ ପଠାଯିବ। ପରେ କାଉନସିଲର ବା ପୌର ପ୍ରଶାସକଙ୍କ ନିକଟରୁ ଅନୁମୋଦନ ମିଳିବା ପରେ ପୌରପାଳିକା ପାଣ୍ଠିରୁ ଟଙ୍କା ଖର୍ଚ୍ଚ ହୋଇପାରିବ। ଯଦି ଫାଇଲ ମଞ୍ଜୁର ନ ହୁଏ ତେବେ କେବଳ ଅତ୍ୟାବଶ୍ୟକ ସ୍ଥଳେ ପୌରପାଳିକା ଟଙ୍କା ଖର୍ଚ୍ଚ କରିପାରିବ। ଏପରିକି କର୍ମଚାରୀଙ୍କୁ ଦରମା ପ୍ରଦାନ ପାଇଁ ମଧ୍ୟ ଏହି ଅଟକଳ ଜରୁରୀ। ଅନ୍ୟପକ୍ଷରେ ଯେଉଁ ଅଧିକାରୀ ଆୟବ୍ୟୟ ଅଟକଳ ବିନା ଟଙ୍କା ଖର୍ଚ୍ଚ କରିବେ ତାଙ୍କ ନିକଟରୁ ଆବଶ୍ୟକ ପଡ଼ିଲେ ଟଙ୍କା ମଧ୍ୟ ଆଦାୟ କରିବାକୁ ମଧ୍ୟ ନିୟମ ରହିଛି। କିନ୍ତୁ ଚଳିତ ଆର୍ଥତ୍କ ବର୍ଷରେ ଅନୁଗୋଳ ପୌରପାଳିକାରେ ସେପରି କିଛି ହୋଇ ନ ଥିବା ଘଟଣା ସାମ୍‌ନାକୁ ଆସିଛି।
ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା କହିଛନ୍ତି, ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ବଜେଟ ତିଆରି ହୋଇପାରିନି। ଗୃହ ଓ ନଗର ଉନ୍ନୟନ ବିଭାଗ ବଜେଟ ପ୍ରସ୍ତୁତ କରିବା ପାଇଁ ପୂର୍ବରୁ କହିବା କଥା। କିନ୍ତୁ ଏ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ପୌରପାଳିକାକୁ କିଛି ଅବଗତ କରାଯାଇନାହିଁ। ୪ ମାସ ମଧ୍ୟରେ ପୌରପାଳିକା କର୍ମଚାରୀଙ୍କ ଦରମା, ପରିମଳ ଓ ଉନ୍ନୟନ କାର୍ଯ୍ୟ ପାଇଁ ଅଢେଇରୁ ୩ କୋଟି ଟଙ୍କା ଖର୍ଚ୍ଚ କରିସାରିଛି। ଚଳିତ ବର୍ଷର ବଜେଟ କେତେ ରହିବ ତାହା ସରକାରଙ୍କୁ ଜଣାଇବୁ। ଏ ନେଇ ଜିଲାପାଳ ତଥା ପୌର ପ୍ରଶାସକ ମନୋଜ କୁମାର ମହାନ୍ତି କହିଛନ୍ତି, ଏପରି ହେବା କଥା ନୁହେଁ। କେଉଁ କାରଣରୁ ତ୍ରୁଟି ହୋଇଛି ତାହାର ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଠା ଜଳସେଚନ ପ୍ରକଳ୍ପ ଅଚଳ, ବିଦ୍ୟୁତ ସଂଯୋଗ ଦାବି ନେଇ ଚାଷୀ…

ବୁଗୁଡ଼ା,୨୫ା୬(କାଳିଚରଣ ଦାଶ): ସରକାର କୃଷି ଓ କୃଷକର କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରି ଚାଷୀମାନଙ୍କୁ ବର୍ଷସାରା ଜଳସେଚନ ସୁବିଧା ଯୋଗାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ…

ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଦଳି ମାରିଦେଲା ହାତୀ, ବନ ବିଭାଗ ପହଞ୍ଚି….

ସମ୍ବଲପୁର,୨୫ା୬(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଭୀମଖୋଜ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଭୀମଖୋଜ ଗ୍ରାମ…

ବଡ଼ ଖବର: ହର୍ମୁଜ ପାର କଲା ୩୦ ଭାରତୀୟ ଜାହାଜ, ଦୂର ହେବ LPG-LNG ସଙ୍କଟ, ଜାଣନ୍ତୁ ଏବେ କେତେ ଜାହାଜ ଫସି ରହିଛନ୍ତି

ତେହରାନ,୨୫।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଯୋଗୁ ହର୍ମୁଜ ପ୍ରଣାଳୀ ପୁନର୍ବାର ଖୋଲିଛି, ଯାହା ଫଳରେ ସେଠାରେ ଫସି ରହିଥିବା ଜାହାଜଗୁଡ଼ିକ ସେମାନଙ୍କର ଯାତ୍ରା…

ବିକ୍ରି ହୋଇନପାରି ପଡିରହିଛି ହଜାର ହଜାର ପ୍ୟାକେଟ ଧାନ, ଧାରଣାରେ ବସିଲେ ଚାଷୀ

ଅତାବିରା,୨୫ା୬(ଯୁଧିଷ୍ଠିର ମହାପାତ୍ର): ରବି ଫସଲ ଧାନ କିଣାବିକା ପ୍ରକ୍ରିୟା ଆଉ ମାତ୍ର ୫ ଦିନ ପରେ ଅର୍ଥାତ୍ ଜୁନ ୩୦ ତାରିଖ ଶେଷ ହେବାକୁ ଯାଉଛି ।…

ଦାରିଙ୍ଗବାଡି ଯାଉଥିବା ବେଳେ ଭ୍ୟାନ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

ଦାରିଙ୍ଗବାଡି,୨୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପାଙ୍ଗାଲିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ…

ବିଜେଡିରେ ସୁଜାତା ସାମିଲ ହେବା ପରେ ଶଙ୍ଖ ଭବନରୁ ଆସିଲା ବଡ଼ ଖବର: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୬: ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସେ ଦଳରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ…

ପ୍ରେମ ବିବାହର ଭୟଙ୍କର ଅନ୍ତ! ପତ୍ନୀଙ୍କୁ କାର୍‌ରେ ବସାଇ କେନାଲକୁ ଗାଡ଼ି ଖସାଇଦେଲେ…

ଚଣ୍ଡିଗଡ଼,୨୫ା୬: ପଞ୍ଜାବର ପଟିଆଲାରୁ ଏକ ଗଭୀର ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ପ୍ରେମ ବିବାହ ମୃତ୍ୟୁରେ ପରିଣତ ହୋଇଛି। ଭାରତୀୟ ସେନାର…

ସୁଜାତା ବିଜେଡିରେ ମିଶିବା ପରେ ନବୀନ ଦେଲେ ସ୍ପଷ୍ଟୀକରଣ, କହିଲେ ଆସନ୍ତା ନିର୍ବାଚନରେ ମୁଁ…

ଭୁବନେଶ୍ୱର,୨୫ା୬: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସ୍ତ୍ରୀ ତଥା ପୂର୍ବତନ ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ ଗୁରୁବାର ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri