ବିଧାୟକ ଭାବେ ଶପଥ ନେବାପରେ ପାଟଣାଗଡ଼ ଫେରିଲେ ସରୋଜ ମେହେର: ଭବ୍ୟ ସମ୍ବର୍ଦ୍ଧନା ଜଣାଇଲେ ଅଞ୍ଚଳବାସୀ

ପାଟଣାଗଡ଼୨।୬(ଡି.ଏନ.ଏ.): ପାଟଣାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ନବ ନିର୍ବାଚିତ ବିଧାୟକ ସରୋଜ ମେହେରଙ୍କୁ ରବିବାର ପାଟଣାଗଡ଼ ବିଜୁ ଜନତା ଦଳ ତଥା ଜନସାଧାରଣଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରଥମ କରି ବିଧାୟକ ଭାବେ ଶପଥ ଗ୍ରହଣ ପରେ ସେ ପାଟଣାଗଡକୁ ଫେରିବା ସମୟରେ ରାସ୍ତାରେ ଦଳୀୟ କର୍ମକର୍ତ୍ତାମାନେ ପାଟଣାଗଡ ମୁଖ୍ୟ ରାସ୍ତା ଧୁବଲପଡାଠାରେ ସ୍ବାଗତ ଜଣାଇଥିଲେ। ପରେ ସେଠାରୁ ଏକ ବାଇକ ରାଲିରେ ପାଟଣାଗଡ ପଞ୍ଚମୁଖୀ ହନୁମାନ ମନ୍ଦିରଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ। ସେ ତାଙ୍କ ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି।
ଶୋଭାଯାତ୍ରାରେ ବିଜୁ ଜନତା ଦଳର ଯୁବରାଜ ମେହେର, ବିମଲ ମେହେର, କରୁଣାଙ୍କ ସହିତ ପାଟଣାଗଡ ଉପଖଣ୍ଡର ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ।