Categories: ଜାତୀୟ

ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ନେଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ,୧୮।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସୋମବାର ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ନେଇଛନ୍ତି। ରାଜ୍ୟ ବିଧାନସଭାର କେନ୍ଦ୍ରୀୟ ହଲ୍‌ରେ ଆୟୋଜିତ ଏକ ଉତ୍ସବରେ ଉଦ୍ଧବ ଶଥ ପାଠ କରିଛନ୍ତି। ଉଦ୍ଧବଙ୍କ ସହିତ ମହାରାଷ୍ଟ୍ର ବିକାଶ ଅଘାଡ଼ି(ଏମ୍‌ଭିଏ)ର ଅନ୍ୟ ୮ ଜଣ ସଦସ୍ୟ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବା ସମୟରେ ବିଧାନସଭା ଅବା ବିଧାନ ପରିଷଦର ସଦସ୍ୟ ନ ଥିଲେ। ୬ ମାସ ମଧ୍ୟରେ ତାଙ୍କ ପାଇଁ ସଦସ୍ୟତା ହାସଲ କରିବା ଅନିବାର୍ଯ୍ୟ ଥିଲା। ତେବେ କରୋନା ମହାମାରୀ ଯୋଗୁ ରାଜ୍ୟର କୌଣସି ବିଧାନସଭା ଆସନରେ ନିର୍ବାଚନ ସମ୍ଭବ ହୋଇ ପାରି ନ ଥିଲା। ତେଣୁ ବିଧାନ ପରିଷଦ ସଦସ୍ୟ ଭାବେ ଉଦ୍ଧବଙ୍କୁ ନିର୍ବାଚିତ କରାଇବାର ଯୋଜନା କରାଯାଇଥିଲା।

Share