Categories: ରାଜ୍ୟ

ବିଧାନସଭା ଷ୍ଟାଣ୍ଡିଂ କମିଟି ସଭ୍ୟ ହେଲେ ବିଧାୟିକା

ବରୀ,୪ା୭(ସ୍ବ.ପ୍ର.)- ବରୀ ବିଧାୟିକା ସୁନନ୍ଦା ଦାସଙ୍କୁ ବୁଧବାର ବିଧାନସଭା ଷ୍ଟାଣ୍ଡିଂ କମିଟି ଦାୟିତ୍ୱ ମିଳିଛି। ଏ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବରୀରେ ଉତ୍ସାହ ଦେଖାଦେଇଛି। ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା କ୍ରୀଡ଼ା ଯୁବ ବ୍ୟାପାର ତଥା ପ୍ରଯୁକ୍ତି ବିଦ୍ୟା ଷ୍ଟାଣ୍ଡିଂ କମିଟିର ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି। ସଚିବଦାଳୟ ପତ୍ର ସଂଖ୍ୟା ୪୩୪୩ (୧୨), ୦୨ା୭ରେ ଏହି ନିଯୁକ୍ତି ମିଳିଥିବା ଜଣାପଡ଼ିଛି। ବରିଷ୍ଠ ନେତା ଭୂପିନ୍ଦର ସିଂ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। ବିଧାୟିକା ସୁନନ୍ଦା ଏହି କମିଟିର ସଦସ୍ୟ ହୋଇଥିବାରୁ ବରୀ ଅଞ୍ଚଳର ବୁଦ୍ଧିଜୀବୀ, ମହିଳା, ଶିକ୍ଷାବିତ୍‌, ଶିକ୍ଷକ ସଙ୍ଗଠନ, ସ୍ବେଚ୍ଛା ସେବୀ ସଙ୍ଗଠନ, ବରୀ ପ୍ରେସ୍‌ କ୍ଲବ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ଆଗାମୀ ଦିନରେ ବରୀରେ ଶିକ୍ଷା ଓ ଶୈକ୍ଷିକ ବାତାବରଣ ଉପରେ ବିଧାୟିକା ଦାସ ଗୁରୁତ୍ୱ ଦେବେ ବୋଲି ପ୍ରେସ୍‌ ବିବୃତିରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।