ବିଧାନସଭାରେ ୩ ବିଧେୟକ ଗୃହୀତ

ଭୁବନେଶ୍ୱର, ୪ା୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ ଆଗତ ହୋଇଥିବା ୩ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଶନିବାର ଗୃହୀତ ହୋଇଛି। ଏଥି ମଧ୍ୟରେ ଦୁଇଟି ସଂଶୋଧନ ଏବଂ ଗୋଟିଏ ବେସରକାରୀ ବିଶ୍ୱବିଦ୍ୟାଳୟ ସମ୍ପର୍କିତ ବିଧେୟକ ରହିଥିଲା। ଏଗୁଡ଼ିକ ହେଉଛି- ଓଡ଼ିଶା ଲୋକାୟୁକ୍ତ(ସଂଶୋଧନ) ଅଧିନିୟମ-୨୦୧୯, ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଧେୟକ-୨୦୧୯ ଏବଂ ତୃତୀୟଟି ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ଓଡ଼ିଶା ବିଧେୟକ-୨୦୧୯। ଓଡ଼ିଶା ଲୋକାୟୁକ୍ତ ନିୟମ-୨୦୧୪, ଧାରା ୪୪ ଅନୁସାରେ ସରକାରୀ ପଦାଧିକାରୀମାନେ ପ୍ରତିବର୍ଷ ଜୁଲାଇ ୩୧ ସୁଦ୍ଧା ସେମାନଙ୍କ ସମ୍ପତ୍ତି ତାଲିକା କ୍ଷମତାପନ୍ନ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବାର ନିୟମ ରହିଥିଲା। ଏହି ଘୋଷଣାନାମା ବିଭାଗୀୟ ୱେବ୍‌ସାଇଟରେ ସେହି ବର୍ଷ ଅଗଷ୍ଟ ୩୧ ସୁଦ୍ଧା ପ୍ରଦର୍ଶିତ ହେବା ଆବଶ୍ୟକ ରହିଥିଲା। ଏହି ବ୍ୟବସ୍ଥାରେ ଥିବା ଅସୁବିଧାକୁ ବିଚାରକୁ ନେଇ ଭାରତ ସରକାର ଲୋକପାଳ ଓ ଲୋକାୟୁକ୍ତ ଅଧିନିୟମ-୨୦୧୩କୁ ସଂଶୋଧନ କରିଛନ୍ତି। ତେଣୁ ଓଡ଼ିଶା ସରକାର ୨୦୧୪ର ଧାରା ୪୪ର ପ୍ରତିସ୍ଥାପନ କରିବା ପାଇଁ ବିଚାର କରି ସଂଶୋଧନ ପ୍ରସ୍ତାବ ଦେଇଥିଲେ। ଏହି ବିଧେୟକ ସମ୍ପର୍କିତ ଆଲୋଚନାରେ ଭାଗନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଯୋଡ଼ିବା ପାଇଁ ପ୍ରସ୍ତାବ ରଖିଥିଲେ। ହେଲେ ତାହା କାଟ୍‌ ଖାଇ ଯାଇଥିଲା। ପ୍ରତିବର୍ଷ ପରି ଅଧିକାରୀମାନେ ନିଜ ସରକାରୀ ଚାକିରି ସରିବା ପରେ ନିଜର ପୂର୍ଣ୍ଣକାଳୀନ ସମ୍ପତ୍ତି ତାଲିକା ପ୍ରଦାନ କରିବା ସହ କିପରି ଉପାୟରେ ଏହା ଅର୍ଜିତ ହୋଇଛି, ତାହା ଜାଣିବା ସଂକ୍ରାନ୍ତରେ ନିୟମ କରିବାକୁ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ବିଲ୍‌ ଆଲୋଚନାରେ ବିଜେଡି ସଦସ୍ୟ ଅମର ଶତପଥୀ, ପ୍ରଫୁଲ୍ଲ ସାମଲ, କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ସେହିପରି ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ବେତନ, ପାରିଶ୍ରମିକ, ଫିଜ୍‌ କିମ୍ବା ମାନଦେୟ ନିମନ୍ତେ ସରକାରଙ୍କଠାରୁ କୌଣସି ଅନୁଦାନ ପାଇଁ ହକ୍‌ଦାର ହେବ ନାହିଁ ବୋଲି ପୂର୍ବରୁ ନିୟମ ରହିଥିଲା। ହେଲେ ବିଶ୍ୱବିଦ୍ୟାଳୟ ପ୍ରାଥମିକସ୍ତରରେ କର୍ମଚାରୀଙ୍କ ବେତନ ବହନ ସହ ନିଜ ରାଜସ୍ବ ସୃଷ୍ଟି କରିବାରେ ଅସମର୍ଥ ହେବା ଲକ୍ଷ୍ୟ କରାଯାଇଥିଲା। ତେଣୁ ଏହା ଆତ୍ମନିର୍ଭରଶୀଳ ହେବା ଯାଏ ସରକାର ଆର୍ଥିକ ଅନୁଦାନ ଦେବା ନେଇ ଆସିଥିବା ସଂଶୋଧନ ଗୃହୀତ ହୋଇଛି। ଏ ସମ୍ପର୍କିତ ଆଲୋଚନାରେ ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ, ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥୀ, ପ୍ରଫୁଲ୍ଲ ସାମଲ, କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ଏବଂ ତାରାପ୍ରସାଦ ବାହିନୀପତି ଆଲୋଚନାରେ ଭାଗ ନେଇଥିଲେ। ଅନୁରୂପ ଭାବେ ଖୋର୍ଦ୍ଧା ଜିଲା ଭୁବନେଶ୍ୱର ତହସିଲ ଚନ୍ଦକା ଥାନା ଅନ୍ତର୍ଗତ ଏସିଆନ୍‌ ସ୍କୁଲ ଅଫ୍‌ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ଆଗତ ବିଧେୟକକୁ ଗୃହର ମଞ୍ଜୁରୀ ମିଳିଛି। ଏହା ଏକ ବେସରକାରୀ ବିଶ୍ୱବିଦ୍ୟାଳୟ ସମ୍ପର୍କିତ ବିଲ୍‌ ହୋଇଥିବାରୁ ଏହାକୁ ସିଲେକ୍ଚ କମିଟିକୁ ପଠାଇବା ପାଇଁ କେତେକ ସଭ୍ୟ ମତ ରଖିଥିଲେ। ଏ ସମ୍ପର୍କିତ ଆଲୋଚନାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସଭ୍ୟ ସୁରେଶ ରାଉତରାୟ ଏବଂ ସନ୍ତୋଷ ସିଂ ସାଲୁଜା, ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ, ବିଜେଡି ସଭ୍ୟ ପ୍ରତାପ କେଶରୀ ଦେବ ଏବଂ ଦେବୀପ୍ରସାଦ ମିଶ୍ର ପ୍ରମୁଖ ଭାଗନେଇଥିଲେ। ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ସଂଶୋଧନ ଏବଂ ଏଏସ୍‌ବିଏମ୍‌ ବିଧେୟକ ସମ୍ପର୍କିତ ଆଲୋଚନା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବକ୍ତବ୍ୟ ରଖିଥିଲେ। ସେହିପରି ଲୋକାୟୁକ୍ତ ଆଇନ ସମ୍ବଦ୍ଧୀୟ ସଂଶୋଧନ ଆଲୋଚନା ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉତ୍ତର ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri