Categories: ଜାତୀୟ

ବିଧାନସଭାରେ ପର୍ନ ଦେଖୁଥିବା ବିଧାୟକ ହେଲେ ଉପ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୮।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି। ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ସେ ୩ ଜଣଙ୍କୁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତ କରିଛନ୍ତି। ସେମାନେ ହେଲେ ଲକ୍ଷ୍ମଣ ସାଙ୍ଗାପ୍ପା ସାଭାଡି, ଗୋବିନ୍ଦ ମକଥାପ୍ପା କାରାଜୋଲ ଏବଂ ଅଶ୍ୱଥ ନାରାୟଣ ସିଏନ। ଲକ୍ଷ୍ମଣଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୨୦୧୨ରେ କର୍ନାଟକରେ ସଦାନନ୍ଦ ଗୌଡାଙ୍କ ନେତୃତ୍ୱରେ ଭାଜପା ସରକାର ଚାଲିଥିଲା। ଏହି ସମୟରେ ଲକ୍ଷ୍ମଣ ବିଧାନସଭାରେ ମୋବାଇଲରେ ପର୍ନ ଭିଡିଓ ଦେଖି ଚର୍ଚ୍ଚାକୁ ଆସିଥିଲେ। ବିରୋଧୀ କଂଗ୍ରେସ ତାଙ୍କୁ ଆଯୋଗ୍ୟ ଘୋଷଣା ପାଇଁ ଦାବି କରିଥିଲା। ଶେଷରେ ନିଜ ପଦରୁ ଇସ୍ତଫା ଦେଇଥିଲେ ଲକ୍ଷ୍ମଣ। ଏବେ ତାଙ୍କ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବା ପରେ ଭାଜପା କହିଛି, ସେସବୁ ଅତୀତ। ନିଜ ଭୁଲ ପାଇଁ ସେ ଦଣ୍ଡ ଭୋଗିସାରିଛନ୍ତି। ତାକୁ ନେଇ ଆଉ ଆଲୋଚନା କରିବା ଉଚିତ୍‌ ନୁହେଁ। ସୂଚନାଯୋଗ୍ୟ, ଲକ୍ଷ୍ମଣଙ୍କୁ ପରିବହନ ବିଭାଗ ଦାୟିତ୍ୱ ଦିଆଯାଇଛି।

Share