ବିଧାନସଭାରେ ନୀରବ ଜନପ୍ରତିନିଧି

ଯାଜପୁର ଅଫିସ,୩ା୩: ଯାଜପୁର ଜିଲାରେ ପ୍ରାୟ ୧୮ହଜାର ହେକ୍ଟର ଜମିରେ ପନିପରିବା ଚାଷ ହେଉଛି। ଏଠାରୁ ପନିପରିବା ଜିଲା ତଥା ରାଜ୍ୟ ବାହାରକୁ ମଧ୍ୟ ରପ୍ତାନୀ ହେଉଛି। କିନ୍ତୁ ଜିଲା କୃଷି ଓ ଉଦ୍ୟାନ ବିଭାଗର ଦୂରଦର୍ଶିତା ଓ ଆନ୍ତରିକତା ଅଭାବରୁ ଗତ ୫ବର୍ଷ ମଧ୍ୟରେ ଶୀତଳ ଭଣ୍ଡାର ୧ରୁ ୨ ହୋଇପାରି ନାହିଁ। ଏଥିପାଇଁ ଜିଲାର ଲକ୍ଷାଧିକ ପରିବା ଚାଷୀ ଅଭାବି ବିକ୍ରୀର ଶିକାର ହେଉଛନ୍ତି। ଏହାସହ କୃଷି ଓ କୃଷକ ସଶକ୍ତୀକରଣରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ମଧ୍ୟ ଚାଷୀଙ୍କ ପାଖରେ ଉପଯୁକ୍ତଭାବେ ପହଞ୍ଚି ପାରୁନାହିଁ। ଏହିକ୍ରମରେ ପରିବା ଚାଷୀ ସବୁକ୍ଷେତ୍ରରେ ଉପେକ୍ଷିତ ହେଉଥିବାବେଳେ ଯାଜପୁର ଜିଲାର ଜଣେ ହେଲେ ନିର୍ବାଚିତ ପ୍ରତିନିଧି ୨୬ ତାରିଖରେ ଶେଷ ହୋଇଥିବା ବିଧାନସଭାରେ ପରିବା ଚାଷୀଙ୍କ ବିକାଶ ପାଇଁ ଗୋଟିଏ ବି ପ୍ରଶ୍ନ ଉତଥାପନ କରି ନାହାନ୍ତି। କେବଳ ଉଦ୍ୟାନ ବିଭାଗ ନୁହେଁ ଜିଲାର ବିକାଶରେ ସମ୍ପୃକ୍ତ ଅନ୍ୟ ଯୋଜନା ସମ୍ପର୍କରେ ମଧ୍ୟ କେହି ପ୍ରଶ୍ନଟିଏ ନ କରିବା ଜିଲାର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଭୁବନେଶ୍ୱର କୃଷି ଭବନ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ତାଙ୍କ ପତ୍ରସଂଖ୍ୟା ୧୮୪୯/୧୯ା୨ା୨୦୧୯ରେ ନୟାଗଡା, କୋରାପୁଟ, ବଲାଙ୍ଗୀର, କଳାହାଣ୍ଡି, ରାୟଗଡା, କଟକ ଓ ଅନୁଗୁଳ ଜିଲାର ଉଦ୍ୟାନ ଉପନିର୍ଦ୍ଦେଶକ(ଡିଡିଏଚ) ଏବଂ ଯାଜପୁର, ବରଗଡ ଓ ପଦମପୁର ଅତିରିକ୍ତ ଉପନିର୍ଦ୍ଦେଶକ(ଏଡିଏଚ୍‌)ଙ୍କୁ ୨୦ା୨ା୨୦୨୦ ସୁଦ୍ଧା ବିଧାନସଭା ପ୍ରଶ୍ନର ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବଡଚଣା ବ୍ଲକରେ ଥିବା ମହାବିନାୟକ ଫଳ ଉଦ୍ୟାନରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା କେତେ ଓ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ସହିତ ଏହି ଫଳ ଉଦ୍ୟାନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ କି ବୋଲି ବଡ଼ଚଣା ବିଧାୟକ ଅମରପ୍ରସାଦ ଶତପଥି (୯୮୨ ନମ୍ବର)ରେ ଏକମାତ୍ର ପ୍ରଶ୍ନ କରିଥିଲେ। ବିଧାୟକ ସତ୍ୟନାରାୟଣ ପ୍ରଧାନ(ତାରକା ଚିହ୍ନିତ ୭୨୫)ରେ ନୟାଗଡ ଜିଲାରେ ଚାଷ ଜମିରେ ପନିପରିବା ଓ ଫଳ ଚାଷ, ବିଧାୟକ ତାରାପ୍ରସାଦ ବାହିନୀପତି(ତାରକା ଚିହ୍ନିତ ୭୬୨)ରେ ଆଳୁ ଓ ପିଆଜ ଚାଷ ପାଇଁ ସରକାର ଆନ୍ତରିକତା ପ୍ରଦାନ କରୁନାହାନ୍ତି କାହିଁକି, ବିଧାୟକ ମକରନ୍ଦ ମୁଦୁଲି (ତାରକା ଚିହ୍ନିତ ୭୬୪)ରେ ରାୟଗଡା ଜିଲାର ଉଦ୍ୟାନ କୃଷି ପାଇଁ ବିଭିନ୍ନ ପ୍ରକ୍ପର ସଫଳତା ହାର, ବିଧାୟକ ଦେବେଶ ଆଚାର୍ଯ୍ୟ(ତାରକା ଚିହ୍ନିତ ୮୩୭)ବରଗଡ ଜିଲାର ସାମଗ୍ରିକ ଭାବେ କୃଷି କ୍ଷେତ୍ରରେ ଉନ୍ନତି ଲାଭ କରିଛି କି, ବିଧାୟକ ସୌଭିକ ବିଶ୍ୱାଳ(ନମ୍ବର ୮୮୨ ଓ ୮୮୩)ରେ ଫୁଲ ଚାଷକୁ ପ୍ରୋତ୍ସାହନ, ରମେଶଚନ୍ଦ୍ର ସାଏ(୮୮୯) ଚାଷୀଙ୍କୁ ଆମ୍ବ ଚାଷ ପାଇଁ ପ୍ରୋତ୍ସାହନ, ମୌଷଧି ବାଗ(୯୬୦) ଉଦ୍ୟାନ କୃଷିର ବିକାଶ ପାଇଁ ପ୍ରୋତ୍ସାହନ ଓ ପ୍ରଶାନ୍ତ ବେହେରା(୯୬୫)ରେ ସାଲେପୁରରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଆଦି ଚାଷୀଙ୍କ ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ପ୍ରଶ୍ନ କରି ଯୋଜନାର କାର୍ଯ୍ୟକାରୀ ଉପରେ ଗୁରୁତ୍ୱାରୋପ କରିଥିଲେ। ତେବେ ଯାଜପୁର ପନିପରିବା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ ହେଁ କୌଣସି ନେତୃବର୍ଗ ବିଧାନସଭାରେ ପ୍ରଶ୍ନ କିମ୍ବା ଦାବି ଉପସ୍ଥାପନ ନ କରିବା ଚାଷୀଙ୍କ ପାଇଁ କେତେ ଆନ୍ତରିକତା ରହିଛି ତାହା ସ୍ପଷ୍ଟ ଦିଶୁଛି। ଯାଜପୁର ଓ କଟକ ଜିଲା ସୀମାନ୍ତ ଛତିଆରେ ଏକମାତ୍ର ବଂଶୀଧର ଶୀତଳ ଭଣ୍ଡାର ରହିଛି। ଚାଷୀଙ୍କଠାରୁ ତାହା ଦୂର ହେଉଥିବାରୁ ନିଜ କଷ୍ଟୋପାର୍ଜିତ ପନିପରିବାକୁ ଅତି କମ ଦରରେ ଦଲାଲ ହାତରେ ଟେକି ଦେଇ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ସମବାୟ ବିଭାଗ ଅଧୀନରେ କୌଣସି ଶୀତଳ ଭଣ୍ଡାର ହୋଇନାହିଁ। ପୂର୍ବରୁ ସମବାୟ ବିଭାଗ ଅଧୀନରେ ରାଜ୍ୟରେ ସମୁଦାୟ ୧୮ଟି ସମବାୟ ଶୀତଳ ଭଣ୍ଡାର ରହିଛି। ସେଥିରୁ ମାତ୍ର ୪ଟି କାର୍ଯ୍ୟକ୍ଷମ। ହେଲେ ବିଡମ୍ବନା ଯେ, ଯାଜପୁର ଜିଲାରେ ଗୋଟିଏ ବି ସମବାୟ ଭିତ୍ତିକ ଶୀତଳ ଭଣ୍ଡାର ନିର୍ମାଣ ହୋଇପାରି ନାହିଁ। ଏଥିରୁ ଯାଜପୁର ଜିଲାର କୃଷି ଓ କୃଷକଙ୍କୁ କିଭଳି ଉପେକ୍ଷା କରାଯାଉଛି ତାହା ସ୍ପଷ୍ଟ ଅନୁମେୟ। ଅନ୍ୟପକ୍ଷେ ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୨୧ଟି ଶୀତଳ ଭଣ୍ଡାର ବେସରକାରୀସ୍ତରରେ ନିର୍ମାଣ କରାଯାଇଛି। ଏଥିରୁ ଯାଜପୁର ଜିଲାର ଯାଜପୁର ଓ କଟକ ସୀମାନ୍ତ ଛତିଆ ନିକଟରେ ୪୯୦୦ ଏମଟି କ୍ଷମତା ବିଶିଷ୍ଟ ବଂଶୀଧର କୋଲ୍ଡ ଷ୍ଟୋରେଜ ନାମରେ ଏକ ଶୀତଳ ଭଣ୍ଡାର ନିର୍ମାଣ ହୋଇଛି। ରସୁଲପୁର ଅଞ୍ଚଳର ଚାଷୀ ରବୀନ୍ଦ୍ର ବେହରା, ଅକ୍ଷୟ ବେହେରା, ସୁଶାନ୍ତ ବେହେରା, ରମେଶ ବେହେରା ପ୍ରମୁଖ କୁହନ୍ତି ଏବେ ଗୋଟିଏ ଫୁଲ କୋବିକୁ ୧୦/୧୨ ଟଙ୍କା ଦରରେ ବିକ୍ରି କରିବାକୁ ପଡୁଛି। ଯଦି ନିକଟରେ ଶୀତଳ ଭଣ୍ଡାର ଥାଆନ୍ତା ସେଠାରେ ପରିବା ସଂରକ୍ଷଣ କରି ଠିକ ସମୟରେ ଉପଯୁକ୍ତ ଦରରେ ବିକ୍ରି କରି ପାରନ୍ତେ। କିନ୍ତୁ ଜିଲାରେ ଶୀତଳ ଭଣ୍ଡାର ନ ଥିବାରୁ ଶାଗମାଛ ଦରରେ ପରିବା ବିକ୍ରି କରି ସର୍ବସ୍ବାନ୍ତ ହେଉଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri