Categories: ଜାତୀୟ

ବିଧବା ବୋହୂଙ୍କ ବିବାହ କରାଇଲେ ଶାଶୁ: ଝିଅ ପରି କଲେ ବିଦା

ରାୟପୁର, ୨୫।୫: ବିଧବା ବୋହୂଙ୍କର ପୁଣିଥରେ ବିବାହ କରାଇ ଜଣେ ଶାଶୁ ତାଙ୍କୁ ଝିଅପରି ବିଦା କରିଛନ୍ତି। ଛତିଶଗଡ଼ ବାଲୋଦ ଜିଲାରେ ଘଟିଛି ଏପରି ଘଟଣା। ଏହା ସାଧାରଣରେ ଏକ ଉଦାହରଣ ସୃଷ୍ଟି କରିଛି। ସ୍ଥାନୀୟ ହୀରାପୁର ଗାଁରେ ବାସ କରୁଥିବା ଚମ୍ପା ବାଈ ବିଧବା ବୋହୂ ଜ୍ଞାନେଶ୍ୱରୀଙ୍କ ବିବାହ ଝିଅ ଭଳି କରିଛନ୍ତି। ୨୦୧୭ ଏପ୍ରିଲ୍‌ ୨୦ରେ ଜ୍ଞାନେଶ୍ୱରୀଙ୍କ ସ୍ବାମୀ ଡୋମେନ୍ଦ୍ର ସାହୁଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁ ପରେ ମା ଚମ୍ପା ବାଈ ବୋହୂର ପୁଣିଥରେ ବିବାହ କରାଇବାକୁ ଯୋଜନା କରିଥିଲେ। ଖୋଜାଖୋଜି କରିବା ପରେ କୋମଳ ରାମ ସାହୁ ନାମକ ଜଣେ ଯୁବକଙ୍କ ସହିତ ଚମ୍ପା ବାଈ ଏନେଇ କଥାବାର୍ତ୍ତାଙ୍କ କରିଥିଲେ। କୋମଳ ରାମଙ୍କ ସ୍ତ୍ରୀ କୌଣସି କାରଣରୁ ତାଙ୍କୁ ଛାଡପତ୍ର ଦେଇଥିଲେ। ଏହାପରେ କୋମଳ ରାମ ଏବଂ ସହିତ ଜ୍ଞାନେଶ୍ୱରୀଙ୍କ ବିବାହ ହୋଇଥିଲା।

Share