ବିଧବାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୧୪।୪(ଡି.ଏନ୍‌.ଏ.): ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ବିଧବା ମହିଳାଙ୍କୁ ନରସିଂହପୁର ଗାଁର ଏସ୍‌ ତ୍ରିପତୀ ରେଡ୍ଡି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏଥିସହ ତାଙ୍କୁ ଓ ତାଙ୍କ ପୁଅଙ୍କୁ ରେଡ୍ଡି ମାଡ଼ ମାରିଥିବା ଜଣାପଡ଼ିଛି। ଏନେଇ ପୀଡ଼ିତ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ପୋଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ଅଭିଯୁକ୍ତ ବଳପୂର୍ବକ ମହିଳାଙ୍କ ଘରେ ପଶି ତାଙ୍କୁ ଅସଦାଚରଣ କରିଥିଲେ। ମହିଳାଙ୍କ ଶାଶୁ ଓ ପୁଅ ପ୍ରତିବାଦ କରିବାରୁ ଅଭିଯୁକ୍ତ ଜଣକ ସେ ଦୁହିଁଙ୍କୁ ମଧ୍ୟ ମାଡ଼ ମାରିଥିଲେ। କେବଳ ସେତିକି ନୁହେଁ ମାଡ ମାରିବା ପରେ ଅଭିଯୁକ୍ତ ମହିଳାଙ୍କ ପୁଅଠାରୁ ମନିପର୍ସ, ମୋବାଇଲ ଓ କିଛି ଜରୁରୀ କାଗଜପତ୍ର ନେଇଯାଇଥିଲେ। ଏନେଇ ମହିଳା ଜଣଙ୍କ ସ୍ଥାନୀୟ ପୋଲିସ ଥାନାରେ ଏତଲା ଦେଇଥିଲୋ। ମହିଳାଙ୍କ ଏତଲାକ୍ରମେ ଆଇଆଇସି ବସନ୍ତ କୁମାର ସେଠୀ ଥାନା ମାମଲା ନଂ.୭୮/୨୦ ଅନୁଯାୟୀ ଅଭିଯୁକ୍ତ ରେଡ୍ଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।