ବିଦ୍ୟୁତ ସଂସ୍ପର୍ଶରେ ଆସି ଟଳିଲା ଆଉ ଏକ ଦନ୍ତା

ସମ୍ବଲପୁର, ୪।୩ (ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଇଚ୍ଛାପାଲ ଗ୍ରାମ ନିକଟରେ ବୁଧବାର ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଅଧିକାରୀ ଓ କର୍ମଚାରୀ ପହଞ୍ଚତ୍ଛନ୍ତି । ହାତୀର ଦାନ୍ତ ସୁରକ୍ଷିତ ଥିବା ଜଣାପଡିଛି। ତେବେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତା’ର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ୩ ମାସ ପୂର୍ବେ ଅନ୍ୟ ଏକ ହାତୀର ଅନୁରୂପ ମୃତ୍ୟୁ ଘଟିଥିଲା।