ବିଦ୍ୟୁତ ତାର ଚୋରି ର଼୍ୟାକେଟ୍‌ ଠାବ : ଜେଲ୍‌ ଗଲେ ୪ ଅଭିଯୁକ୍ତ

ବସ୍ତା/ରୂପ୍‌ସା,୨୪।୮(ଡି.ଏନ.ଏ./ସ୍ବ.ପ୍ର.): ବାଲେଶ୍ୱର ଜିଲା ଅଧୀନ ସଦର, ରୂପ୍‌ସା, ବସ୍ତା, ସିଂଲା ଓ ବାଲିଆପାଳ ଥାନା ଅଞ୍ଚଳରୁ ଲଗାତର ବିଦ୍ୟୁତ୍‌ ତାର ଚୋରି ଘଟଣାରେ ଏକ ର଼୍ୟାକେଟ କାମ କରୁଥିବା ଜଣାପଡିଛି। ବସ୍ତା ଏସ୍‌ଡ଼ିପିଓ ରଣଜିତ୍‌ ପୃଷ୍ଟି, ଆଇଆଇସି ଧନେଶ୍ୱର ସାହୁ ଓ ତଦନ୍ତ ଅଧିକାରୀ ଏସ୍‌ଆଇ ପ୍ରଶାନ୍ତ କୁମାର ପାଣି ପ୍ରମୁଖ ଏହି ର଼୍ୟାକେଟ୍‌ ଠାବ କରି ଶନିବାର ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ମଣ୍ଡାଭାଟି ଗ୍ରାମର ନିଗମାନନ୍ଦ ବେହେରା, ଖୁଣ୍ଟା ଗ୍ରାମର ବାପୁନ ବିନ୍ଧାଣି, ଗୁଡ଼ିଖଣିଆ ଗ୍ରାମର ସୁନୀଲ ହେମ୍ବ୍ରମ ଏବଂ ସିଂଲା ଥାନା ଲଙ୍ଗଳେଶ୍ୱରର ସେକ ଉଷମାନ। ସେମାନଙ୍କଠାରୁ ୩ଲକ୍ଷ ୫୭ହଜାର ଟଙ୍କାର ଚୋରି ବିଦ୍ୟୁତ ତାର ସହ ଚୋରି କାର୍ଯ୍ୟରେ ବ୍ୟବହୃତ ଏକ ସ୍କର୍ପିଓ (ନଂ. ଓଆର୍‌୦୧କେ-୬୫୬୪) ସହ ୩ଟି ମୋବାଇଲ ଜବତ ହୋଇଛି। ଏନେଇ ଶନିବାର ବସ୍ତା ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଡ଼ିପିଓ ପୃଷ୍ଟି, ଆଇଆଇସି ଧନେଶ୍ୱର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୭୯, ୪୧୧ ଓ ୩୪ ଆଇପିସିରେ ମାମଲା ରୁଜୁ କରାଯାଇ କୋଟର୍ର୍ଚାଲାଣ କରାଯାଇଛି।
୬୦ନଂ. ଜାତୀୟ ରାଜପଥରେ ଥିବା ୩୩କେଭି ବିଦ୍ୟୁତ୍‌ ଲାଇନ୍‌ର ଫୁଲାଡ଼ିଠାରୁ ରାଜଘାଟ ପର୍ଯ୍ୟନ୍ତ ଏବଂ ଅନ୍ୟ ଅଞ୍ଚଳରୁ ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବିଦ୍ୟୁତ୍‌ ତାର ଚୋରି ହୋଇଥିବା ନେଇ ବିଭାଗୀୟ ଜେଇ ଓ ଠିକାଦାର ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ବସ୍ତା ଥାନାରେ ୪ଟି, ସଦର ଥାନାରେ ଗୋଟିଏ ଏବଂ ସିଂଲା ଥାନାରେ ଗୋଟିଏ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା। ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିଲା। ପୂର୍ବ ଯୋଜନା ମୁତାବକ ଲଙ୍ଗଳେଶ୍ୱରର ସେକ ସୁଲେମାନଙ୍କ କବାଡ଼ିଆ ଗୋଦାମରେ ଅତର୍କିତ ଚଢ଼ାଉ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଚୋରି ବିଦ୍ୟୁତ ତାର ସବୁ କବାଡ଼ିଆ ମାଧ୍ୟମରେ ବିକ୍ରି କରାଯାଉଥିଲା ବୋଲି ପୋଲିସ କହିଛି। ଏହି ଗ୍ୟାଙ୍ଗରେ ଅନ୍ୟ ୭/୮ ଜଣ ସହଯୋଗୀ ସମ୍ପୃକ୍ତ ଥିବାରୁ ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ଡ଼ିପିଓ କହିଛନ୍ତି। ଏହି ମାମଲାରେ ଜୁନ୍‌ ୭ ତାରିଖରେ ବସ୍ତା ଥାନା ପୋଲିସ ଚଢ଼ାଉ କରି ମହାଦେବସରାଇ ଗ୍ରାମର ଅଭିଯୁକ୍ତ ଶଙ୍କର ଦେହୁରୀ ଓ ମାଛିଆ ଗ୍ରାମର ଭ୍ୟାନ୍‌ ଡ୍ରାଇଭର ସେକ ଓକିଲଙ୍କୁ ଗିରଫ କରିଥିଲା। ଚୋରିରେ ବ୍ୟବହୃତ ଏକ ଭ୍ୟାନ୍‌ ସହ ୯ ସ୍ପାନ ବିଦ୍ୟୁତ୍‌ ତାର ଜବତ ହୋଇଥିଲା। ତେବେ ମୁଖ୍ୟ ଅଭିଯୁକ୍ତ କବାଡ଼ି ଗୋଦାମ ମାଲିକ ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri