ବିଦ୍ୟୁତ୍‌ ସଂଯୋଗ ଦାବିରେ ରାସ୍ତାରୋକୋ

ନିମାପଡ଼ା,୧୩ା୬(ଡି.ଏନ୍‌.ଏ.): ବାତ୍ୟାକୁ ୪୦ଦିନ ବିତିଯାଇଥିଲେ ହେଁ ନିମାପଡ଼ା ବ୍ଲକ ଅନ୍ତର୍ଗତ ଶଗଡା, ଆଙ୍କୁଶୁପୁର, ଶଗଡ଼ା ହେଉଳି ଆଦି ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ କି ପୁନରୁଦ୍ଧାର କାର୍ଯ୍ୟ ହୋଇପାରିନାହିଁ। ଗୋଟିଏ ପଟେ ଦିନକୁ ଦିନ ଖରାର ପ୍ରକୋପ ବଢ଼ୁଥିବାବେଳେ ଅନ୍ୟପଟେ ପୁନରୁଦ୍ଧାର କାର୍ଯ୍ୟରେ ବିଳମ୍ବ ଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏସବୁ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ କରିବା ଦାବିରେ ଶତାଧିକ ଗ୍ରାମବାସୀ ବୁଧବାର ନିମାପଡ଼ା-ପିପିଲି ରାସ୍ତାର ଏକମକୋଣା ଛକଠାରେ ଟାୟାରଜାଳି ରାସ୍ତାରୋକୋ କରିଥିଲେ। ଖବରପାଇ ନିମାପଡ଼ା ତହସିଲଦାର କମଲଜିତ ଦାଶ, ଥାନା ଆଇଆଇସି ଜନାର୍ଦ୍ଦନ ପାଢ଼ୀ, ବିଦ୍ୟୁତ ବିଭାଗ ଏସ୍‌ଡିଓ ଡ.ଜୟ କୁମାର ପ୍ରମୁଖ ଆନ୍ଦୋଳନସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କ ଶହ ଆଲୋଚନା କରିଥିଲେ। ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧଭିତିରେ ଚାଲିଥିବାବେଳେ ଖୁବଶୀଘ୍ର କାର୍ଯ୍ୟ ସରିବା ପରେ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ବିଦ୍ୟୁତ ବିଭାଗ ଏସଡିଓ ପ୍ରତିଶ୍ରୁତି ଦେବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ରାସ୍ତାରୋକୋ ହୋଇଥିବାରୁ ଉଭୟପାର୍ଶ୍ୱରେ ଥିବା ଶତାଧିକ ଯାନବାହନ ଅଟକି ରହିଥିଲା। ରାସ୍ତାରୋକୋ ହଟିବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା।