ବିଦ୍ୟୁତ୍‌ ଲୋଭୋଲଟେଜ ସମସ୍ୟା: ଜିଲାପାଳଙ୍କୁ ଦେଖାକଲେ ଚାଷୀ ପ୍ରତିନିଧି

ନୂଆପଡା ଅଫିସ,୧୭ା୪: ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଦର୍ଲିପଡା, ସିଆଲଟି ଗ୍ରାମପଞ୍ଚାୟତରେ ବିଦ୍ୟୁତ୍‌ ଲୋଭୋଲଟେଜ ସମସ୍ୟା ଯୋଗୁ ଶତାଧିକ ଏକର ଜମିର ରବି ଚାଷ ଉଜୁଡିବାରେ ଲାଗିଛି। ଏହାକୁ ନେଇ ଚଷୀମାନେ ବାରମ୍ବାର ବୁିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଶେଷରେ ଚାଷୀମାନେ ବୁଧବାର ନୂଆପଡା ଆସି ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏହାର ତୁରନ୍ତ ସମାଧାନ ନ ହେଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଦର୍ଲିପଡା ଏବଂ ସିଆଲଟି ଗ୍ରାମପଞ୍ଚାୟତର ୮/୯ଖଣ୍ଡ ଗାଁରେ ଗଭୀର ନଳକୂଅ ପାଣିରୁ ଚାଷୀ ଧାନ, ମୁଗ, ବିରି, ସୂର୍ଯ୍ୟମୂଖୀ ଆଦି ଚାଷ କରିଛନ୍ତି । ଧୀରେ ଧୀରେ ଏହି ଅଞ୍ଚଳରେ ଖରା ବଢିବା ସାଙ୍ଗକୁ ପାଣି ସମସ୍ୟା ସୃଷ୍ଟି ହେଉଛି । ଏଠାକୁ ସ୍ଥାନୀୟ କୁରୁମପୁରୀ ସବଷ୍ଟେଶନ ଜରିଆରେ ବିଦ୍ୟୁତ୍‌ ଯୋଗାଣ ହୋଇଥାଏ । ହେଲେ ବାରମ୍ବାର ଲୋଭୋଲଟେଜ ଯୋଗୁ ନଳକୂଅରୁ ପାଣି ଉଠୁନାହିଁ । ଫଳରେ କ୍ଷେତକୁ ପାଣି ମଡାଇବାରେ ଅସୁବିଧା ହେଉଛି । ଦିନକୁ ଦିନ ଚାଷ ମରିବାରେ ଲାଗିଛି । ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି । ଉଲ୍ଲେଖଯୋଗ୍ୟ ଯେ, ଗତ ୮ତାରିଖରେ କୁରୁମପୁରୀ ସବଷ୍ଟେଶନ ନିକଟରେ ଚାଷୀ ଜାତୀୟ ରାଜପଥ ୩୫୩କୁ ଅବରୋଧ କରିଥିଲେ। ବିଦ୍ୟୁତ୍‌ ବିଭାଗ ତରଫରୁ ଅଧିକାରୀମାନେ ଆସି ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାହା ସମାଧାନ ହେଲାନାହିଁ । ଶେଷରେ ଅସନ୍ତୋଷ ଚାଷୀମାନେ ବୁଧବାର ନୂଆପଡା ଆସି ଜିଲାପାଳ ଡା. ପୋମା ଟୁଡୁଙ୍କୁ ଦେଖା କରି ଏହି ସମସ୍ୟା ନେଇ ଜଣାଇଛନ୍ତି । ଜିଲାପାଳ ଚାଷୀଙ୍କ ସହ ସମସ୍ତ ବିଷୟରେ ଆଲୋଚନା କରି ଏହାର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି । ଅନ୍ୟପକ୍ଷେ ଏହାର ତୁରନ୍ତ ସମାଧାନ କରା ନ ଗଲେ ଚାଷୀମାନେ ସର୍ବସ୍ବାନ୍ତ ହୋଇଯିବେ। ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି କହିଥିଲେ। ଚାଷୀଙ୍କ ମଧ୍ୟରେ ସନ୍ତୋଷ ବିଶ୍ୱାଳ, ସନ୍ତୋଷ କୁମାର ସୋନି, ସୁଶୀଳ କୁମାର ସୋନି, ଚାଷୀ ନେତା ସରୋଜ କୁମାର ସାହୁ, ସୁବର୍ତ ପ୍ରଧାନ, ଚମ୍ପୁଲାଲ ସୋନି, ଯୁବରାଜ ପ୍ରଧାନ, ଲିଙ୍ଗରାଜ ମାଝି, ତୁଲାରାମ ସାହୁ, ସୁଖରାମ ଅହୀର ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

ନବୀନଙ୍କ ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା, ଅଶୋକ ପଣ୍ଡା କହିଲେ ଯେବେ ଯାଏ ନବୀନ ଅଛନ୍ତି…

ଭୁବନେଶ୍ବର,୧।୧: ନୂଆବର୍ଷର ପ୍ରଥମ ଦିନରେ ପୁଣି ଥରେ ନବୀନଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା ବଢ଼ିଛି ।ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପରେ ମୁହଁ ଖୋଲିଛନ୍ତି ଅଶୋକ...

ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ

ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri