Categories: ଜାତୀୟ

ବିଦ୍ୟୁତ୍‌ ବିଭାଗର ଦାଦାଗିରି: ଭୁଲରେ ପଠାଇଲେ ୧୨୮ କୋଟି ଟଙ୍କାର ବିଲ୍‌; ସଂଯୋଗ ବି କାଟିଲେ

ଲକ୍ଷ୍ନୌ,୨୧।୭: ବିଦ୍ୟୁତ୍‌ ବିଭାଗର ଭୁଲ୍‌ ଯୋଗୁ ଜଣେ ବରିଷ୍ଠ ନାଗରିକ ଏବେ ଅସୁବିଧାରେ ପଡ଼ିଛନ୍ତି। ତାଙ୍କ ପାଖକୁ ୧୨୮ କୋଟି ୪୫ ଲକ୍ଷ ୯୫ ହଜାର ୪ ଶହ ୪୪ ଟଙ୍କାର ବିଲ୍‌ ଆସିଛି। ଏହା ସହିତ ଟଙ୍କା ପୈଠ କରା ନ ଯିବାରୁ ତାଙ୍କର ବିଦ୍ୟୁତ୍‌ ସଂଯୋଗ ମଧ୍ୟ କାଟି ଦିଆଯାଇଛି। ଭୁଲ୍‌ କୁ ସୁଧାରିବା ପରିବର୍ତ୍ତେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସମ୍ପୃକ୍ତ ବରିଷ୍ଠ ନାଗରିକଙ୍କୁ ଧମକ ଚମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶ ହୁପୁଡ଼ ଅନ୍ତର୍ଗତ ଚମରିରେ ଘଟିଛି। ଏଠାରେ ବାସ କରୁଥିବା ଶମିମ୍‌ଙ୍କ ପାଖକୁ ଏହି ବିଲ୍‌ ଆସିଛି। ତେବେ ଶମିମ୍‌ ଏନେଇ ସ୍ଥାନୀୟ ବିଦ୍ୟୁତ୍‌ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିବାକୁ ନାରାଜ। ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ପ୍ରଚାରିତ ହେବା ପରେ ସ୍ଥାନୀୟ ବିଦ୍ୟୁତ୍‌ ବିଭାଗ ଅଧିକାରୀ ରାମ ଶରଣ କହିଛନ୍ତି ଯେ, କୌଣସି ତ୍ରୁଟି ଯୋଗୁ ଏଭଳି ହୋଇଛି। ଏହାକୁ ଶୀଘ୍ର ସୁଧାରି ଦିଆଯିବ।

Share