ବିଦ୍ୟୁତ୍‌ ଫାଶରେ ହାତୀ

ଢେଙ୍କାନାଳ ଅଫିସ, ୧୮।୧ – ଅସୁରକ୍ଷିତ ହାତୀବଂଶ। ଜଙ୍ଗଲରେ ଖାଦ୍ୟାଭାବ, ଶିକାରୀ ଭୟ। ଜଙ୍ଗଲ ତଳି ଅଞ୍ଚଳରେ ବିଦ୍ୟୁତ୍‌ ଫାଶ। ପାଦେ ପାଦେ ଜୀବନ ପ୍ରତି ବିପଦ ଧରି ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ କରୁଛି ଏହି ବିଶାଳକାୟ ପ୍ରାଣୀ। ଢେଙ୍କାନାଳ ଜିଲାରେ ଗତ ୫ବର୍ଷରେ ୨୧ ହାତୀ ବିଦ୍ୟୁତ୍‌ ଯନ୍ତାରେ ପଡ଼ି ପ୍ରାଣ ହରାଇଛନ୍ତି। ତନ୍ମଧ୍ୟରେ ଅଛନ୍ତି ୮ ଦନ୍ତା, ୧୧ ମାଈ ଏବଂ ୩ ଶାବକ। ବନ ବିଭାଗ ଏବଂ ବିଦ୍ୟୁତ୍‌ ବିଭାଗ ମଧ୍ୟରେ ତାଳମେଳ ଅଭାବରୁ ବର୍ଷକୁ ବର୍ଷ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ପରିବେଶବିତ୍‌।
୨୦୧୭ ଜୁନ୍‌ ୧୦। ଢେଙ୍କାନାଳ ସହର ଉପକଣ୍ଠ ବୋରାପଦା ଗ୍ରାମରେ ବିପଦସଙ୍କୁଳ ଭାବେ ଝୁଲି ରହିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ ମାଈ ହାତୀ ଏବଂ ଗୋଟିଏ ଶାବକର ମୃତ୍ୟୁ ଘଟିଥିଲା। ସେହିପରି ୨୦୧୮ ଅକ୍ଟୋବର ୨୭ରେ ଓଡ଼ାପଡ଼ା ବ୍ଲକ କମଳାଙ୍ଗ ଗ୍ରାମ ନିକଟରେ ଅନୁରୂପ ଘଟଣାରେ ୭ ହାତୀଙ୍କ ଜୀବନ ଯାଇଥିଲା। ସେଥିରେ ଥିଲେ ୫ ମାଈ, ଗୋଟିଏ ଛୁଆ ଏବଂ ଗୋଟିଏ ଦନ୍ତା। ଏହି ଦୁଇ ବଡ଼ ଘଟଣାକୁ ନେଇ ଜାତୀୟସ୍ତରରେ ନିନ୍ଦିତ ହୋଇଥିଲା ଜିଲା ପ୍ରଶାସନ। କାର୍ଯ୍ୟରେ ଅବହେଳା ଅଭିଯୋଗରେ ବିଦ୍ୟୁତ୍‌ ବିଭାଗ ଏବଂ ବନ ବିଭାଗର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହାପରେ ହାତୀମୃତ୍ୟୁ ରୋକିବାକୁ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତ କରାଯାଇଥିଲା ବିଭିନ୍ନ ଯୋଜନା। ବନ୍ୟପ୍ରାଣୀ ଚଲାପଥକୁ ସୁରକ୍ଷିତ କରିବା, ବିପଦସଙ୍କୁଳ ବିଦ୍ୟୁତ୍‌ ତାର ହଟାଇବା, ବିଦ୍ୟୁତ୍‌ ତାର ବିଛାଇ ପ୍ରାଣୀ ଶିକାର କରାଯାଉଥିବା ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖିବା, ଶିକାର ରୋକିବାକୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହମତି ପ୍ରକାଶ ପାଇଥିଲା। ହେଲେ ଏସବୁ ନିଷ୍ପତ୍ତି ସମୟ ବିତିବା ସହ କାଗଜକଲମରେ ସୀମିତ ହୋଇ ରହିଯାଇଛି। କର୍ମଚାରୀ ଅଭାବ ସମସ୍ୟା ଆଳ କରି ହାତୀ ସୁରକ୍ଷାରୁ ମୁହଁ ଫେରାଇ ନେଇଛନ୍ତି ଉଭୟ ବିଦ୍ୟୁତ୍‌ ଏବଂ ବନ ବିଭାଗ। ବନ ବିଭାଗ ପକ୍ଷରୁ ଆବଶ୍ୟକ ପାଟ୍ରୋଲିଂ ହେଉନାହିଁ। ସେହିପରି ବେଆଇନ ହୁକିଂ ବନ୍ଦ କରିବା ନେଇ ସେସୁ କିମ୍ବା ଏନ୍‌ଜେନ୍‌ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ। ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଜାତୀୟ ଐତିହ୍ୟ ମାନ୍ୟତା ପାଇଥିବା ହାତୀ ଭଳି ବୃହତ୍‌ ଜନ୍ତୁଙ୍କ ଜୀବନ ବିପଦାରେ ପଡ଼ିଛି।
ଏ ସମ୍ପର୍କରେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରଦ୍ୟୁମ୍ନ ପ୍ରସାଦ ରଥ କୁହନ୍ତି, ହାତୀ ମୃତ୍ୟୁ ଘଟଣା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବିଦ୍ୟୁତ୍‌ ବିଭାଗ ଏବଂ ବନ ବିଭାଗର ସ୍ବତନ୍ତ୍ର ବୈଠକ ବସିଥିଲା। ବିପଦସଙ୍କୁଳ ବିଦ୍ୟୁତ୍‌ ତାର ମରାମତି, ଅଧିକ ଉଚ୍ଚତାରେ ତାର ଟାଣିବା, ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ହଟାଇବାକୁ ନିଷ୍ପତ୍ତି ହୋଇଥିଲା। ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି। ହେଲେ ଏହାକୁ ସେତେଟା ଗୁରୁତ୍ୱ ଦିଆଯାଉନାହିଁ। ତେଣୁ ଅଧିକାଂଶ ସମୟରେ ବାର୍‌ହା ଫାଶରେ ପଡ଼ି ହାତୀ ମରୁଛନ୍ତି। ଏ ଦିଗରେ ଉଚିତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ବନ ବିଭାଗ ଦେଖିବା କଥା। ସେହିପରି ବେଆଇନ ହୁକିଂ ଠାବ କରି ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଉଭୟ ବିଭାଗରେ କର୍ମଚାରୀ ଅଭାବ ସମସ୍ୟା ସୃଷ୍ଟି କରିଛି। ଘଟଣାରେ ତଦନ୍ତ ରିପୋର୍ଟ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏ ନେଇ ସେସୁ ନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ମହାନ୍ତି କୁହନ୍ତି, ବିପଦସଙ୍କୁଳ ବିଦ୍ୟୁତ୍‌ ତାର ଏବଂ ବେଆଇନ ହୁକିଂ ସମ୍ପର୍କରେ ଅନୁଧ୍ୟାନ କରିବା ବିଭାଗୀୟ କାର୍ଯ୍ୟ। ଏପରି ବେଆଇନ କାମ ନଜରକୁ ଆସିଲେ ପଦକ୍ଷେପ ନିଆଯାଉଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ବର୍ଷ କେତେ ମରିଛନ୍ତି

୨୦୧୫-୧୬ ୨
୨୦୧୬-୧୭ ୨
୨୦୧୭-୧୮ ୩
୨୦୧୮-୧୯ ୧୩
୨୦୨୦ ୧

(ଜାନୁୟାରୀ ୧୫ ସୁଦ୍ଧା ମିଳିଥିବା ରିପୋର୍ଟ)


Enter your email to get our daily news in your inbox.

All Right Reserved By Dharitri.Com

ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ

ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri