Posted inରାଜ୍ୟ

ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଶ୍ରମିକଙ୍କ ଗଲା ଜୀବନ: ସେସୁ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

ନିରାକାରପୁର,୨୦ା୪(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ବିଦ୍ୟୁତ୍‌ ବିଭାଗ ଅଧୀନ ଲେଣ୍ଡୋ ପଞ୍ଚାୟତ ଭଗବତୀପଡ଼ାଠାରେ ଖୁଣ୍ଟରେ କାମ କରୁଥିବାବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଶୁୁକ୍ରବାର ପୂର୍ବାହ୍ନ ୧୧ଟାରେ ସୌଭାଗ୍ୟ ଯୋଜନାରେ କାମ କରୁଥିବା ବେଳେ ୧୧କେ.ଭି. ତାର ସଂସ୍ପର୍ଶରେ ଆସିବାରୁ ଏହି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି କେନ୍ଦୁଝର ଅଞ୍ଚଳର ଦିଲୀପ ମୁଣ୍ଡା(୨୭) । ସେ ଜଣେ ଠିକାଦାରଙ୍କ ପାଖରେ କାମ କରୁଥିଲେ। ଉକ୍ତ ଘଟଣା ନେଇ ନିରାକାରପୁର କନିଷ୍ଠ ଯନ୍ତ୍ରୀ ଗୌରାଙ୍ଗ ମଣ୍ଡଳ ପୁରୀ ଜିଲା ଗଡ଼ିଶାଗଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ କର୍ମଚାରୀ ଖାମଖିଆଲ ଭାବେ ବିଦ୍ୟୁତ୍‌ ସଂଯୋଗ ନ କାଟି ଦିଲୀପଙ୍କୁ ଖୁଣ୍ଟରେ ଚଢ଼ାଇବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଉତ୍ତେଜିତ ଗ୍ରାମବାସୀ ସେସୁ କର୍ମଚାରୀଙ୍କୁ ଘେରାଉ କରିଥିଲେ। ଉଲ୍ଲେଖଯୋଗ୍ୟ, ବିଦ୍ୟୁତ୍‌ ସଂଯୋଗ ବ୍ୟାହତ କରାଗଲା କି ନାହିଁ ତାହା ତଦାରଖ କରି କର୍ମଚାରୀଙ୍କୁ ଖୁଣ୍ଟରେ ଚଢ଼ାଇବା ଆବଶ୍ୟକ। କିନ୍ତୁ ଏଥିରେ ବ୍ୟତିକ୍ରମ ହେବାରୁ ଜଣେ ଶ୍ରମିକଙ୍କ ଅକାଳରେ ଜୀବନ ଚାଲିଯାଇଥିବା ବିଭିନ୍ନ ମହଲରେ କୁହାଯାଇଛି। ଦିଲୀପଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିବା ପରେ ଉପସ୍ଥିତ କର୍ମଚାରୀଙ୍କ ମଧ୍ୟରୁ ଜଣେ ଦୌଡ଼ି ଯାଇ ବାଉଁଶ ବାଡ଼ିରେ ତାରକୁ ପିଟି ଜୀବନରକ୍ଷା କରିବାକୁ ଚାହିଁଥିଲେ ବୋଲି ଭଗବତୀପଡ଼ା ଗ୍ରାମର କେତେଜଣ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏ ନେଇ ବିଦ୍ୟୁତ୍‌ ସଂଯୋଗ କାଟିବା ଦାୟିତ୍ୱରେ ଥିବା ନିରାକାରପୁର ସେସୁ କର୍ମଚାରୀ ଡମ୍ବୁରଧର ମହାପାତ୍ର କହିଛନ୍ତି, ଆମେ ଟ୍ରାନ୍ସଫର୍ମର ପାଖରୁ ବିଦ୍ୟୁତ୍‌ କାଟି ହ୍ୟାଣ୍ଡେଲରେ ଚାବି ପକାଇଥିଲୁ, ତେବେ କରେଣ୍ଟ କେମିତି ଆସିଲା ଜାଣିହେଉନି। ସେଠାରେ ଉପସ୍ଥିତ ଅନ୍ୟ ଜଣେ କର୍ମଚାରୀ ବିପିନ ବିହାରୀ ରାଉତ କହିଥିଲେ, ଆମେ ହାଣ୍ଡେଲରେ ଚାବି ପକାଇଛୁ, ତା, ଛଡ଼ା ଏଠାକୁ ବାଉଁଶ କେଉଁଠୁ ଆଣିବୁ । ଲୋକେ ମିଛ କହୁଛନ୍ତି ବୋଲି ରାଉତ କହିଥିଲେ । ଠିକାଦାରଙ୍କ ପାଖରେ ଉପସ୍ଥିତ ଜଣେ ଶ୍ରମିକ କାଳୁ ନାୟକ କହିଥିଲେ, ଡିସ୍‌ଚାର୍ଜ ରଡ୍‌ ପକାଇ ଆମେ ବିଦ୍ୟୁତ୍‌ ବିଷୟରେ ଚେକ୍‌ କରିବା କଥା । ତାହା ଚେକ୍‌ କରିନୁ କି ଡିପାର୍ଟମେଣ୍ଟ କର୍ମଚାରୀ ଚେକ୍‌ କରିନାହାନ୍ତି । ଫଳରେ ଏଭଳି ଅଘଟଣ ଘଟିଥିବା ସେ ପ୍ରକାଶ କରିଛନ୍ତି । ନିରାକାରପୁର ବିଦ୍ୟୁତ୍‌ କନିଷ୍ଠ ଯନ୍ତ୍ରୀ ଗୌରାଙ୍ଗ ମଣ୍ଡଳ ଏ ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ଦେଇଥିଲେ। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାହାକିଛି ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ। ଏଚ୍‌ ଟି ରଥ ଏଣ୍ଟରପ୍ରାଇଜର୍‌ ଏହି କାର୍ଯ୍ୟ ନେଇଛି। ଉକ୍ତ କାର୍ଯ୍ୟର ଠିକାଦାର ଏସ୍‌ କେ ରଥ ବୋଲି ସେ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

ବୋଲେରୋ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ,୨୦ ଘଣ୍ଟା ହେଲା ହୋଇପାରିନି ମୃତଦେହ ବ୍ୟବଚ୍ଛେଦ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): ବୋଲେରୋ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ ଘଟଣାର ଇତିମଧ୍ୟରେ ପ୍ରାୟ ୨୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଓ…

Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ

ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍‌ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri