ବିଦ୍ୟୁତ୍‌ ଖୁଣ୍ଟପଡି ଜଣେ ଗୁରୁତର: ୧ଘଣ୍ଟା ଧରି ଜାତୀୟ ରାଜପଥରେ ଯାନବାହନ ଚଳାଚଳ ଠପ୍‌

ବଅଁରପାଳ,୨୬।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଅନ୍ତର୍ଗତ ନୂଆହତା ନିକଟର ଜାତୀୟ ରାଜପଥ ପାର୍ଶ୍ୱରେଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯିବାରୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ପରିଚୟ ଏଯାବତ୍‌ ମିଳିପାରି ନାହିଁ । ତେବେ ସେ ସାଇକେଲରେ ଯାଉଥିବା ସମୟରେ ବିଦ୍ୟୁତ୍‌ ଖୁଣ୍ଟ ତାଙ୍କ ଉପରେ ପଡିଥିଲା। ରାସ୍ତା ଉପରେ ଖୁଣ୍ଟ ପଡି ରହିବାରୁ ପ୍ରାୟ ୧ଘଣ୍ଟା ଧରି ରାସ୍ତା ଜାମ ରହିବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ଠପ୍‌ ହୋଇଥିଲା।