Posted inରାଜ୍ୟ

ବିଦ୍ୟୁତ୍‌ କାଟ୍‌କୁ ନେଇ ମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିରୋଧୀ, ଶାସକ: ରଥଯାତ୍ରା ପୂର୍ବରୁ ପୁରୀକୁ ବିଦ୍ୟୁତ୍‌ ଯୋଗାଇଦେବାକୁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ରାଜ୍ୟରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ହେଉଛି। ସାମାନ୍ୟ ପବନ ହେଲେ ମଧ୍ୟ ଗାଁ ଗଣ୍ଡାରେ ୨/୩ଘଣ୍ଟା ଯାଏ ବିଦ୍ୟୁତ୍‌ ଉଭାନ ହୋଇଯାଉଛି। ବାତ୍ୟା ଫନୀରେ ଖୋର୍ଦ୍ଧା ପୁରୀ ଜିଲାରେ ବିଦ୍ୟୁତ୍‌ ଭିତ୍ତିଭୂମି ଉଜୁଡି ଯାଇଛି। ମାସେ ୨୫ ଦିନ ପରେ ମଧ୍ୟ ପୁରୀ ଜିଲାରେ ବିଦ୍ୟୁତ୍‌ ନାହିଁ। ତରବରିଆ ଭାବେ ଖୁଣ୍ଟ ପୋତି କିଛି ଅଞ୍ଚଳକୁ ବିଦ୍ୟୁତ୍‌ ଦିଆଯାଇଥିଲା। କାଳବୈଶାଖୀରେ ସେ ସବୁ ପୁଣି ଶୋଇପଡ଼ିଲାଣି। ତୁରନ୍ତ ସେଗୁଡ଼ିକ କଙ୍କ୍ରିଟ ଢଳାଇ ନ କଲେ ବିଦ୍ୟୁତ୍‌ ବିଭାଗ ପ୍ରତି ମହାବିପଦ ମାଡ଼ି ଆସିବ। ଜୁଲାଇ ୪ ତାରିଖ ରଥଯାତ୍ରା ପୂର୍ବରୁ ପୁରୀ ଜିଲାକୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଉ। ରାଜ୍ୟର ବିଦ୍ୟୁତ୍‌ ଉତ୍ପାଦନକୁ ନେଇ ଶକ୍ତିମନ୍ତ୍ରୀଙ୍କୁ ବିରୋଧୀ ଦଳ ସଦସ୍ୟମାନେ କାଠଗଡ଼ାରେ ଛିଡ଼ା କରିଥିଲେ। ରାଜ୍ୟରେ କେତେ ବିଦ୍ୟୁତ୍‌ ଉତ୍ପାଦନ ହେଉଛି, ଯଦି ଅଧିକ ଉତ୍ପାଦନ ହେଉଛି ତେବେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ ହେଉଛି କାହିଁକି? ମନ୍ତ୍ରୀଙ୍କଠାରୁ ସଦସ୍ୟମାନେ ଏହାର ଜବାବ ତଲବ କରିଥିଲେ।
ଶୁକ୍ରବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ କଂଗ୍ରେସ ସଦସ୍ୟ ନରସିଂହ ମିଶ୍ର ରାଜ୍ୟରେ କେତେ ବିଦ୍ୟୁତ୍‌ ଉତ୍ପାଦନ ହେଉଛି, ଘରୋଇ ଏବଂ ଶିଳ୍ପ କ୍ଷେତ୍ରରେ କେତେ ବ୍ୟବହାର ହେଉଛି। ୨୦୦୦ ମସିହାରୁ ଏ ପର୍ଯ୍ୟନ୍ତ ଜଣାଇବା ପାଇଁ ମନ୍ତ୍ରୀଙ୍କୁ କହିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, ଇଡ୍‌କୋ ଏବଂ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୮-୧୯ରେ ରାଜ୍ୟକୁ ୨୭ ହଜାର ୬ଶହ ୩୩ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଶକ୍ତି ବିଭିନ୍ନ ଉତ୍ସରୁ ମିଳୁଛି। ଏହି ସମୟରେ ଶିଳ୍ପଗୁଡିକ ୭୦୭୩ ନିୟୁତ ୟୁନିଟ୍‌ ଏବଂ ଘରୋଇ ଉପଭୋକ୍ତାମାନେ ୭୫୦୩ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ବ୍ୟବହାର କରୁଛନ୍ତି। ଏଥିସହିତ ସ୍ଥାନୀୟ ରାଜ୍ୟକୁ ୧୬୭ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ବିକ୍ରି କରାଯାଉଛି। ନରସିଂହ ପୁଣି ପଚାରିଲେ, ଯଦି ଏତେ ବିଦ୍ୟୁତ୍‌ ବଳୁଛି ତେବେ ବିଦ୍ୟୁତ୍‌ କାଟ୍‌ କାହିଁକି ହେଉଛି। କେଉଁ କ୍ଷେତ୍ରରୁ କେତେ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହେଉଛି ସେ ବିଷୟ ଜଣାଇବା ସହିତ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ ୨୪ ଘଣ୍ଟିଆ ବିଦ୍ୟୁତ୍‌ ଶକ୍ତି ଯୋଗାଇ ନ ଦେବାର କରାରଣ କ’ଣ। ବିଦ୍ୟୁତ୍‌ ବିନା ଡାକ୍ତରଖାନାରେ ଟର୍ଚ୍ଚ ଲାଇଟ୍‌ ଏବଂ ମହମବତି ଜଳାଇ ରୋଗୀସେବା କରାଯାଉଛି ବୋଲି ସେ କହିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, ୨୦୧୮-୧୯ରେ ରାଜ୍ୟକୁ ୨୫, ୬୬୮ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଆବଶ୍ୟକତା ଥିବାବେଳେ ଇଡ୍‌କୋ ବିଭିନ୍ନ ଉତ୍ସରୁ ୨୭, ୬୩୩ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଶକ୍ତି ଯୋଗାଇଛି। କେଉଁ କ୍ଷେତ୍ରରୁ କେତେ ବିଦ୍ୟୁତ୍‌ ବଳୁଛି ଏ ନେଇ ଶକ୍ତି ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଗ୍ରାମ୍ୟ ଉନ୍ନୟନ, ଶ୍ରମ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂ ଉତ୍ତର ଦେଇଥିଲେ। ବିଜେଡି ସଭ୍ୟ ପ୍ରୀତିରଞ୍ଜନ ଘଡେଇ, ଭାଜପା ସଭ୍ୟ ମଦନ ମୋହନ ଦତ୍ତ, ଅତିରିକ୍ତ ପ୍ରଶ୍ନରେ କହିଥିଲେ ଯେ, ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍‌ ଯୋଗାଇ ନ ପାରିଲେ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ କ୍ଷତିପୂରଣ ଦେବା ବ୍ୟବସ୍ଥା କରିବେ କି? ମନ୍ତ୍ରୀ କହିଥିଲେ ଯେ, ବିଦ୍ୟୁତ୍‌ ଶକ୍ତି ଭିତ୍ତିଭୂମିର ବିକାଶ ପାଇଁ ଘଡ଼ଘଡି ଓ ପବନରୁ ରକ୍ଷା ଲାଗି ବିଦ୍ୟୁତ୍‌ କାଟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri