ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ପାତ୍ରପୁର,୨୦ା୯(ଡି.ଏନ୍‌.ଏ.)- ଜରଡ଼ା ଥାନା ପାତ୍ରପୁର ବ୍ଲକ ଖରଣୀପଡ଼ା ଗ୍ରାମର ଶକ୍ରବାର ସନ୍ଧ୍ୟାରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନୀଲ ବେହେରା (୩୦)। ଅନୀଲ ପାତ୍ରପୁର ଗ୍ରାମରେ ଦୋକାନ କରି ଆଟୋ ମରାମତି କରନ୍ତି ା ବର୍ଷା ହେବାରୁ ଦୋକାନରେ ବର୍ଷା ପାଣି ପସି ଯାଇଥିଲା। ଦୋକାନରୁ ପାଣି ବାହାର କରିବା ପାଇଁ ସେ ମୋଟର ଲାଗାଇଥିଲେ। ଏହି ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଥିଲା। ଜରଡ଼ା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।