Categories: ଗଞ୍ଜାମ

ବିଦ୍ୟୁତ୍‌ ଆଘାତରେ ଯୁବକ ଗୁରୁତର, ବିଭାଗ ଯନ୍ତ୍ରୀଙ୍କ ନିକଟରେ ଖବର ନାହିଁ

ଦାରିଙ୍ଗବାଡ଼ି,୫।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଂବାଡ଼ି ପଞ୍ଚାୟତରେ ବିଦ୍ୟୁତ୍‌ ମରାମତି କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗିବାରୁ ଜଣେ ଯୁବକ ଗୁରୁତର ହୋଇପଡ଼ିଛନ୍ତି। ସେ ହେଲେ ଉକ୍ତ ପଞ୍ଚାୟତ ସିପୁବାଡ଼ି ଗ୍ରାମର ସୁରକ୍ଷିତ ପ୍ରଧାନ। ସିପୁବାଡ଼ି ଗ୍ରାମର ଶେଷ ମୁଣ୍ଡରେ ସୁରକ୍ଷିତଙ୍କ ଘର। ତାଙ୍କ ଘରକୁ ଲାଗି ଏକ ୨୫ କେଭିର ଟ୍ରାନ୍ସଫରମର ରହିଛି ା ସୁରକ୍ଷିତଙ୍କ ଘରେ ବିଦ୍ୟୁତ୍‌ ନ ଥିବାରୁ ସେ ଟ୍ରାନ୍ସଫରମର ଉପରେ ଚଢ଼ି ଫ୍ୟୁଜ୍‌ ବାନ୍ଧୁଥିଲେ। ଏହି ସମୟରେ ବିଦ୍ୟୁତ୍‌ ଆସିଯିବାରୁ ସୁରକ୍ଷିତ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ବହୁଭାଗ ପୋଡ଼ି ଯାଇଥିବା ଜଣାପଡ଼ିଛି ା ଏ ନେଇ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଶିବପ୍ରସାଦ ନାୟକଙ୍କୁ ପଚାରିବାରୁ, ସେ ଏ ବିଷୟରେ ଜାଣି ନାହାନ୍ତି। ଯଦି ବିଦ୍ୟୁତ୍‌ରେ କେହି ଆଘାତ ହୋଇଛନ୍ତି ତେବେ ଘଟଣାର ତଦନ୍ତ କରାଯାଇ କାଯର୍‌ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।