କୋରେଇ,୧୨ା୬(ସ୍ବ.ପ୍ର.) – କୋରେଇ ଥାନା ଅନ୍ତର୍ଗତ ରଣପୁର ପଞ୍ଚାୟତ କଣ୍ଟାବଣିଆ ଗ୍ରାମରେ ଖୁଣ୍ଟରେ ଚଢି କାମ କରୁଥିବାବେଳେ ସୋମବାର ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ବିଭାଗର ଠିକାକାମ ନେଇଥିବା ଠିକାଦାର କ୍ଷତିପୂରଣ ଦେବାକୁ ସ୍ଥିର ହୋଇଥିଲା। ହେଲେ ମଙ୍ଗଳବାର ଟଙ୍କା ନ ମିଳିବାରୁ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକେ ମୃତଦେହକୁ ଠିକାଦାରଙ୍କ ଘର ଦୂଆରେ ରଖିଥିଲେ। ଏନେଇ ଗ୍ରାମରେ ଅସନ୍ତୋଷ ବୃଦ୍ଧି ପାଇବା ପରେ ପୋଲିସର ହସ୍ତକ୍ଷେପ ପରେ ଘଟଣାର ସମାଧାନ କରାଯାଇ ଶବଦାହ କରାଯାଇଥିଲା।
ପ୍ରକାଶ ଯେ, କୋରେଇ ଥାନା ତାରାକୋଟ ଗ୍ରାମର ପ୍ରହ୍ଲାଦ ଜେନା କଣ୍ଟାବଣିଆରେ ବିଦ୍ୟୁତ୍ ଖୁଣ୍ଟରେ ଚଢି କାମ କରୁଥିବାବେଳେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିଲା। ପରେ ପ୍ରହ୍ଲାଦଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବା ତାରାକୋଟ ଗ୍ରାମର ଶିଶିର ସାହୁ ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଯାହାକି ପ୍ରହ୍ଲାଦଙ୍କ ଶୁଦ୍ଧିକ୍ରିୟା ପୂର୍ବରୁ ୧୦ ହଜାର ଟଙ୍କା ଏବଂ ମାସକ ମଧ୍ୟରେ ବାକି ୯୦ ହଜାର ଟଙ୍କା ଦେବାକୁ ସ୍ଥିର ହୋଇଥିଲା। ହେଲେ ଏନେଇ କିଛି ଲିଖିତ ପ୍ରତିଶ୍ରୁତି ଦେଇ ନ ଥିବାରୁ ମଙ୍ଗଳବାର ପ୍ରହ୍ଲାଦଙ୍କ ପରିବାର ସମେତ କିଛି ଗ୍ରାମବାସୀ ମୃତଦେହ ବ୍ୟବଚ୍ଛେଦ ପରେ ଶିଶିରଙ୍କ ଘରେ ପହଞ୍ଚିଥିଲେ। ହେଲେ ଶିଶିର ଘରେ ନ ଥିବା ପରିବାର ଲୋକ କହିବାରୁ ମୃତଦେହ ଶିଶିରଙ୍କ ଘର ଦୁଆରେ ରଖି ପଳାଇଥିଲେ। ଖବରପାଇ ଶିଶିର ଘରେ ପହଞ୍ଚି ସମସ୍ତ ଘଟଣା ଜାଣିବା ପରେ କୋରେଇ ପୋଲସକୁ ଅବଗତ କରାଇଥିଲେ। ମୃତଦେହକୁ ନେଇ ଉଭୟ ଗ୍ରାମରେ ଛକାପଞ୍ଝା ଲାଗିବାରୁ ଥାନାଧିକାରୀ ରଞ୍ଜିତ ମହାନ୍ତି ଏବଂ ଏଏସ୍ଆଇ ସଲିଳ ମଲିକ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଶୁଝା କରିବା ପରେ ମାମଲା ଥଣ୍ଡା ପଡିଥିଲା। ହେଲେ ଏନେଇ ଠିକାଦାର ଶିଶିରଭିନ୍ନ ଅଭିଯୋଗ କରିଛନ୍ତି। ସୋମବାର ମୋଟ ୧ ଲକ୍ଷ ଟଙ୍କା ଦେବାକୁ ସ୍ଥିର ହୋଇଥିବାବେଳେ ମଙ୍ଗଳବାର ପ୍ରହ୍ଲାଦଙ୍କ ପରିବାର ପକ୍ଷରୁ ହଠାତ୍ ୫ ଲକ୍ଷ ଟଙ୍କା ଦେବାକୁ ଦାବି ହୋଇଥିଲା। ଏତେ ଟଙ୍କା ଦେବା ସମ୍ଭବ ନୁହେଁ ବୋଲି ଶିଶିର ମନା କରିଥିଲେ। ଫଳରେ ଉତ୍ତେଜିତ ହୋଇ ପରିବାର ଲୋକେ ମୃତଦେହକୁ ତାଙ୍କ ଘରେ ରଖି ଚାଲିଯାଇଥିବା ଶିଶିର ଅଭିଯୋଗରେ ଦର୍ଶାଇଛନ୍ତି। ପ୍ରହ୍ଲାଙ୍କ ପରିବାର ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ପ୍ରହ୍ଲାଦଙ୍କୁ ସରକାରୀ ସହାୟତା ସହ ଠିକାଦାର ଆବଶ୍ୟକୀୟ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ବିଦ୍ୟୁତ୍ ଆଘାତରେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣା:ଠିକାଦାରଙ୍କ ଘର ସମ୍ମୁଖରେ ଧାରଣା, କ୍ଷତିପୂରଣ ଦାବି
କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର
ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...
ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ
କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...
ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ
ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...
ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ
ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...
ପୃଥକ ଦୁର୍ଘଟଣା: ଅଟୋ-ବାଇକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍
ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...
ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ
ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...
ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ
ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...
ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ
ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...
Archives


