ବିଦ୍ୟାଳୟରେ ବଜ୍ରପାତ: ୪ ଛାତ୍ରୀଛାତ୍ର, ପାଚିକା ଆହତ

ମାର୍ଶାଘାଇ, ୨୩।୧୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଞ୍ଚଳର କଣକଶୋଟି ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ସୋମବାର ବଜ୍ରପାତଘଟି ୪ ଛାତ୍ରୀଛାତ୍ରଙ୍କ ସମେତ ଜଣେ ବାଚିକା ଆହତ ହୋଇଛନ୍ତି। ଚିକତ୍ସା ପାଇଁ ସେମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକତ୍ସା ପରେ ସେମାନେ ଘରକୁ ଫେରିଥିବା ଜଣାପଡ଼ିଛି।